ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦିଲ୍ଲୀରେ ସୁଧୁରୁଛି ବାୟୁ ପ୍ରଦୂଷଣ, ୯ରୁ ନୋଏଡ଼ାରେ ଖୋଲିବ ସ୍କୁଲ 

7/11/2022 at 8:31 AM

ନୂଆଦିଲ୍ଲୀ ୦୭।୧୧: ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସମାନ୍ୟ ସୁଧାର ଆସିଛି । କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପ୍ରଦୂଷଣ ମାତ୍ରାରେ ସୋମବାର ବ୍ରେକ୍ ଲାଗିଛି । ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଗୁଣବତା ସୂଚକାଙ୍କ ସାମାନ୍ୟ ତଳକୁ ଖସିଥିବା ରେକର୍ଡ କରାଯାଇଛି । ଏହାକୁ ନଜରରେ ରଖି ନୋଏଡ଼ାର ସମସ୍ତ ବିଦ୍ୟାଳୟ ୯ ତାରିଖରୁ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ପୂର୍ବରୁ ବାୟୁ ପ୍ରଦୂଷଣ ବଢୁଥିବାରୁ ନୋଏଡ଼ାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।   

ପୂର୍ବ ଅପେକ୍ଷା ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଛି । ରବିବାର ଠାରୁ ପ୍ରଦୂଷଣ ମାତ୍ରା ଧୀରେ ଧୀରେ ସୁଧାର ଆସୁଥିବାର ରେକର୍ଡ କରାଯାଇଥିଲା।  ହେଲେ ଏବେବି ରାଜଧାନୀର ଏୟାର କ୍ବାଲିଟି ଇଣ୍ଡେକ୍ସ ବିପଦ ସଙ୍କେତ ଉପରେ ରହିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସୂଚକାଙ୍କ ୩୧୬ ରହିଥିବା ରେକର୍ଡ ହୋଇଛି । ଯାହା ସବୁଠାରୁ ଖରାପ ସ୍ତର ବୋଲି ‘ସଫର’ ପକ୍ଷରୁ  କୁହାଯାଇଛି ।  ସେହିପରି ନୋଏଡ଼ା ଏୟାର କ୍ବାଲିଟି ୩୩୨ ପଏଣ୍ଟ ଓ ଗୁରୁଗ୍ରାମରେ ୩୨୫ ପଏଣ୍ଟ ରେକର୍ଡ କରାଯାଇଛି ।

ପ୍ରଦୂଷଣ ମାତ୍ରାରେ ସୁଧାର ଆସୁଥିବାରୁ ଦିଲ୍ଲୀ- ଏନସିଆରରେ ଲାଗିଥିବା କିଛି ପ୍ରତିବନ୍ଧକକୁ ହାଟଇବାକୁ ନିଷ୍ପତ୍ତି ନିଆଯାଇଛି। ମାତ୍ର ସମସ୍ତ କ୍ଷେତ୍ରରେ ଷ୍ଟେଜ୍ -୩ ଆକ୍ସନ ପ୍ଲାନ୍ ଲାଗୁ ରହିବ ବୋଲି ନୋଇଡ଼ାର ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ରବିବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ଏୟାର କ୍ବାଲିଟି-୩୩୯ ରହିଥିଲା। ସେହିପରି ଶନିବାର ଏହା ୩୮୧, ଶୁକ୍ରବାର ପ୍ରଦୂଷଣ ସ୍ତରର ୪୪୭ ଓ ଗୁରବାର ୪୫୦ ପଏଣ୍ଟ ରେକର୍ଡ କରାଯାଇଥିଲା । ଭାରତୀୟ କୃଷି ଅନୁସନ୍ଧାନ ଅନୁଯାୟୀ, ପଞ୍ଜାବରେ ନଡ଼ା ଜଳାଇବା ମାମଲା ସଂଖ୍ୟା ଗୋଟିଏ ଦିନ ପୂର୍ବରୁ ୨୮୧୭ ଥିଲା, ଏହା ଏବେ ହ୍ରାସ ପାଇ ୫୯୯ରେ ପହଞ୍ଚିଛି । ତେଣୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଛି ।

   Related Posts