LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସ୍କୁଲ ଖୋଲିବା ତାରିଖ ବଦଳିବ, ଗଣଶିକ୍ଷା ମନ୍ତ୍ରୀ କହିଲେ- ନଭେମ୍ବରରେ ଖୋଲିବ, କିନ୍ତୁ ୧୬ରେ ନୁହେଁ…

31/10/2020 at 1:53 PM

ଭୁବନେଶ୍ୱର ୩୧।୧୦: ଏବେ ଖୋଲିବନି ସ୍କୁଲ । ନଭେମ୍ବର ୧୬ରେ ଖୋଲିବନି ସ୍କୁଲ । ଏନେଇ ନ୍ୟୁଜ୍‌7କୁ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବ୍‌ଶୀଘ୍ର SRC ଜାରି କରିବେ ସଂଶୋଧିତ ଗାଇଡଲାଇନ୍ ।

ବିଭାଗୀୟ ମନ୍ତ୍ରୀଙ୍କୁ ଅନୁସାରେ , ନଭେମ୍ବର ମାସରେ ସ୍କୁଲ ଖୋଲିବ କିନ୍ତୁ ୧୬ରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏନେଇ ଗଣଶିକ୍ଷା ବିଭାଗରେ ଚାଲିଛି ଆଲୋଚନା । ସ୍କୁଲ ଖୋଲିବାରେ ଆଉ କିଛି ଦିନ ବିଳମ୍ବ ହୋଇପାରେ। ସେଥିଲାଗି ନଭେମ୍ବର ୧୬ରେ ଖୋଲିବନି ସ୍କୁଲ ।

ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ , ନଭେମ୍ବର ୧୬ରୁ ଖୋଲିବାର ଥିଲା ସ୍କୁଲ । ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ନଭେମ୍ବର ୩୦ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି ରହିଛି କରିଥିଲେ SRC  । କିନ୍ତୁ ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନାନୁସାରେ ନଭେମ୍ବର ୧୬ରେ ଖୋଲିବନି ସ୍କୁଲ ।

   Related Posts