oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବଦଳିଲା ନିଷ୍ପତ୍ତି, ସୋମବାରଠୁ ଖୋଲିବନି ପ୍ରାଥମିକ ବିଦ୍ୟାଳୟ

2/01/2022 at 11:10 AM

ଭୁବନେଶ୍ୱର ୦୨।୦୧: ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ । ଏବେ ଖୋଲିବନି ପ୍ରାଥମିକ ଶ୍ରେଣୀ । ସାମୟିକ ଭାବେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଲା ବିଭାଗ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସୋମବାରଠୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ପୂର୍ବରୁ ଘୋଷଣା କରିଥିଲେ ରାଜ୍ୟ ସରକାର ।

ଖବର ଅନୁଯାୟୀ, ରାଜ୍ୟରେ ଆସନ୍ତାକାଲି ଠାରୁ ମାନେ ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲା ରାଜ୍ୟ ସରକାର । କିନ୍ତୁ ଏବେକାର କରୋନା ସଂକ୍ରମଣ ସ୍ଥିତି ଓ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳାଇଛି ବିଭାଗ । ତେଣୁ ଆସନ୍ତାକାଲି ଠାରୁ ଖୋଲିବାକୁ ଥିବା ପ୍ରାଥମିକ ଶ୍ରେଣୀର ନିଷ୍ପତ୍ତି ଉପରେ ରୋକ ଲାଗିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ଉପରେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି କରୋନା ସଂକ୍ରମଣ ଉପରମୁହାଁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେଲା କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ରହିଛି ।

   Related Posts