Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ସ୍କୁଲରେ ଗୁଳିମାଡ : ୧୮ ଶିଶୁ ମୃତ, ନିଜକୁ ବି ମାରିଦେଲା ଆତତାୟୀ

25/05/2022 at 7:22 AM

ନୂଆଦିଲ୍ଲୀ ୨୫/୦୫: ଆମେରିକାର ଟେକ୍ସାସରେ ଭୟଙ୍କର ଗୁଳିକାଣ୍ଡ । ୧୮ ଶିଶୁ ମୃତ । ଏକାଧିକ ଗୁରୁତର । ଟେକ୍ସାସର ଏକ ସ୍କୁଲରେ ଆତତାୟୀମାନେ ମନଇଚ୍ଛା ଗୁଳିମାଡ କରିଛନ୍ତି । ଯେଉଁଥିରେ ୩ ଜଣ ଶିକ୍ଷକ ମଧ୍ୟ ପ୍ରାଣ ହରାଇଛନ୍ତି । ଟେକ୍ସାସ ରାଜ୍ୟପାଳ ଗ୍ରେଗ୍ ଆବଟ୍ ଏନେଇ ସୂଚନା ଦେଇଛନ୍ତି ।

ଗତ କିଛିଦିନ ଧରି ଆମେରିକାରେ ଗୁଳିକାଣ୍ଡ ମାମଲା ବୃଦ୍ଧି ପାଉଛି । ଟେକ୍କାସ ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ, ଉବାଲ୍ଡ ସହରରେ ଏହି ଗୁଳିକାଣ୍ଡ ଘଟିଛି । ଜଣେ ୧୮ ବର୍ଷୀୟ ବ୍ୟକ୍ତି ସ୍କୁଲରେ ପଶି ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କୁ ଟାର୍ଗେଟ୍ କରିଥିଲା । ଏଥିରେ ୧୮ ଜଣ ଛାତ୍ର ପ୍ରାଣ ହରାଇଛନ୍ତି । ଆତତାୟୀ ଗୁଳି ମାଡ କରିବା ପରେ ନିଜକୁ ମଧ୍ୟ ଗୁଳି କରିଦେଇଛି । ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆମ୍ଭ କରିଛି ।

ତେବେ ଗୁଳିକାଣ୍ଡରେ ୧୦ରୁ ଅଧିକ ଛାତ୍ର ଗୁରୁତର ହୋଇଛନ୍ତି । ଫଳରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଗ୍ରେଗ୍ ମାମଲାକୁ ଦୃଢ ଭାବେ ନିନ୍ଦା କରିଛନ୍ତି । ଉବାଲ୍ଡ ଏଖ ଛୋଟ ସହର ଅଟେ । ଯେଉଁ ସ୍କୁଲରେ ଆତତାୟୀ ଆକ୍ରମଣ କରିଛି ସେଠାରେ ମାତ୍ର ୬୦୦ ଜଣ ପଢୁଥିଲେ । ରାଜ୍ୟପାଳ ଏହି ଆକ୍ରମଣକୁ ୨୦୧୨ ସ୍ୟାଣ୍ଡି ସ୍କୁଲର ଗୁଳିକାଣ୍ଡ ସହ ତୁଳନା କରିଛନ୍ତି । କାରଣ ସାଣ୍ଡି ସ୍କୁଲରେ ଏପରି ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ୨୦ ଜଣ ପ୍ରାଣ ହରାଇଥିଲେ ।

   Related Posts