scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟରେ ଏବେ ଖୋଲିବନି ସ୍କୁଲ ! ପରବର୍ତ୍ତୀ ଗାଇଡ୍ ଲାଇନ୍ ପରେ ନିଆଯିବ ନିଷ୍ପତ୍ତି

6/11/2020 at 8:23 AM

ଭୁବନେଶ୍ବର ୬।୧୧: ରାଜ୍ୟରେ ଏବେ ଖୋଲିବନି ସ୍କୁଲ । ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ରଖାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି ।

ଡିସେମ୍ବରରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି । ଏ ନେଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍ ଲାଇନ୍‌କୁ ଅପେକ୍ଷା କରାଯାଇଛି । ପରବର୍ତ୍ତୀ ଗାଇଡ୍ ଲାଇନ୍ ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଖୋଲିବାକୁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ । ଏଥିପାଇଁ ବିଭାଗ ପ୍ରସ୍ତୁତ ଥିବା କହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଲାଗି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ସେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେପେଟେ ନଭେମ୍ବର ୧୫ ପରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ତତ୍ତ୍ବାବଧାନ ବା ନିରୀକ୍ଷଣରେ ସ୍କୁଲ ଖୋଲିବାକୁ ବିଭାଗ ତାରିଖ ଧାର୍ଯ୍ୟ କରିପାରିବ ବୋଲି ସାନି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରିଥିଲେ ଏସଆରସି ।

ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ସାହ । ବିଶେଷ କରି ମାଟ୍ରିକ୍ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଆଉ ମାତ୍ର ୩ ମାସ ବାକି ଥିବାରୁ ପ୍ରସ୍ତୁତିରେ ଏହା ବେଶ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଥିଲେ । ସ୍କୁଲଗୁଡ଼ିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ସ୍କୁଲ ପରିସର ସହ କ୍ଲାସରୁମ୍‌ ସଫା ଓ ସାନିଟାଇଜେସନ୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା ।

   Related Posts