ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପାଇଁ ନାହିଁ ସୁବିଧା ସୁଯୋଗ, ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

Published By : Prameya-News7 Bureau | November 21, 2023 IST

ଦେବଗଡ ୨୧/୧୧: ମଙ୍ଗଳବାର ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ପୁରୁକୁଣ୍ଡା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ମାନେ ତାଲା ବନ୍ଦ କରିଛନ୍ତି । ସ୍କୁଲ ରେ ନୂତନ କ୍ଲାସ ରୁମ, ପାଚେରୀ ଓ ଫାଟକ ନିର୍ମାଣ ଭଳି ଦାବି ନେଇ ଅଭିଭାବକ ମାନେ ତାଲାବନ୍ଦ କରିଛନ୍ତି । ତାଲା ପକାଇ ସ୍କୁଲ ସମ୍ମୁଖରେ ଧାରଣା ରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଧାରଣା ରେ ବସିଛନ୍ତି ।

ପାଠପଢ଼ା ପାଇଁ ଶ୍ରେଣୀ କୋଠରୀ ର ଅଭାବ ଯୋଗୁଁ ତାଲା ପଡିଲା ସ୍କୁଲ ରେ । ଘଟଣାଟି ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ପୁରୁକୁଣ୍ଡା ଗ୍ରାମ ରେ ଘଟିଛି। ପୁରୁକୁଣ୍ଡା ଗ୍ରାମ ରେ ବହୁ ବର୍ଷ ପୂର୍ବରୁ କରେଇ ପାଣପସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରାଯାଇଥିଲା । ଏହି ସ୍କୁଲ ରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଉଥିବା ବେଳେ ଯଥେଷ୍ଟ ଶ୍ରେଣୀ କୋଠରୀ ନଥିବାରୁ ଛାତ୍ର ଛାତ୍ରୀ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

wp:embed {"url":"https://www.prameyanews7.com/man-has-allegedly-attempted-to-kill-his-own-newborn-girl-in-banki/","type":"wp-embed","providerNameSlug":"prameya-news-7"}
https://www.prameyanews7.com/man-has-allegedly-attempted-to-kill-his-own-newborn-girl-in-banki/
/wp:embed

ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କଲାପରେ ମଧ୍ୟ କେହି କର୍ଣ୍ଣ ପାତ କରିନଥିବା ଯୋଗୁଁ ମଙ୍ଗଳବାର ଠାରୁ ସ୍କୁଲ ରେ ତାଲାବନ୍ଦ କରାଯାଇଛି । ସ୍କୁଲ ରେ ତାଲାବନ୍ଦ କରିବା ସହ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧାରଣାରେ ବସିଛନ୍ତି । ସ୍କୁଲ ରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୬୩ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଶ୍ରେଣୀ କୋଠରୀର ଅଭାବ ଯୋଗୁଁ ଛାତ୍ରଛାତ୍ରୀ ମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି ।

ପୂର୍ବରୁ ଥିବା ଶ୍ରେଣୀ କୋଠରୀ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡିଥିବା ଯୋଗୁଁ ସେଗୁଡିକୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରାଯାଇଛି। ତେଣୁ ତା ମଧ୍ୟରେ ପାଠ ପଢିବା ସମ୍ଭବ ନୁହେଁ। ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନହେବାରୁ ଗ୍ରାମବାସୀମାନେ ତାଲାବନ୍ଦ କରିଛନ୍ତି । ମଙ୍ଗଳବାର ଅଭିଭାବକ ମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଅଫିସ ମଧ୍ୟକୁ ନଛାଡି ବାହାରେ ତାଲାବନ୍ଦ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.