ପ୍ରଧାନ ଶିକ୍ଷୟିତ୍ରୀ ସାର୍ଟିଫିକେଟ ପାଇଁ ଚାନ୍ଦା ମାଗିବା ଘଟଣା, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

Published By : Prameya-News7 Bureau | October 12, 2022 IST

କୋରାପୁଟ ୧୨/୧୦: ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ପୁଜା ଚାନ୍ଦା ମାଗିବା ଘଟଣା । ଉମୁରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ । ପୂର୍ବରୁ ଗ୍ରାମବାସୀ ସହ ଅଭିଭାବକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ ପରେ ତଦନ୍ତ ସରି ମାସେ ପୁରିଲା କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ତାତିଲେ ଗ୍ରାମବାସୀ ।

ସରପଞ୍ଚଙ୍କ ସହ ଅଭିଭାବକ ଓ ଗ୍ରାମବାସୀ ସକାଳୁ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍କୁଲ ସାମ୍ନାରେ ଠିଆ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣାରେ ବସିବା ସହ ସ୍କୁଲରେ ତାଲା ଝୁଲିବ କହିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.