ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଶିକ୍ଷକ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ, ପ୍ରତିବାଦରେ ସ୍କୁଲ ଗେଟ୍‌ରେ ମାରିଲେ ତାଲା

27/08/2022 at 10:37 AM

ବୌଦ୍ଧ ୨୭/୦୮: ବୋୖଦ୍ଧ ଜିଲ୍ଲା ସଦର ବ୍ଲକ ଗୁନ୍ଦୁଳିଆ ହାଇସ୍କୁଲରେ ଦୁଇଟି ଶିକ୍ଷକ ବଦଳିକୁ ନେଇ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ଗେଟରେ ମାରିଲେ ତାଲା । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଆଜି ଛାତ୍ର ଉଠାଇଲେ ପ୍ରଶ୍ନ । ବୌଦ୍ଧରେ ଋତୁ ବଦଳିବା ଭଳି ଶିକ୍ଷକଙ୍କ ବଦଳି ହେବାରେ ଲାଗିଛି ଯାହାର ସିଧାସଳଖ ପ୍ରଭାବ ପଡୁଛି ପିଲାଙ୍କ ପାଠ ପଢା ଉପରେ ।

ଶିକ୍ଷକ ପାଇଁ ହିଁ ଜଣେ ଛାତ୍ରର ପାଠ ପ୍ରତି ଆଗ୍ରହ ଆସିଥାଏ । ଯେଉଁ ଶିକ୍ଷକ ଯିଏ ପିଲାଙ୍କୁ ସରଳ ଭାଷାରେ ପ୍ରତେକ ଜିନିଷ ବୁଝାଉଥିଲେ ଆଜି ସେହି ଶିକ୍ଷକଙ୍କ ବଦଳିକୁ ନେଇ ପିଲା ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଯାହାକୁ ନେଇ ସେମାନେ ପ୍ରତିକ୍ରିୟା ରଖିଛନ୍ତି ଯେ ଯଦି ସେହି ଦୁଇଟି ଶିକ୍ଷକଙ୍କୁ ସ୍କୁଲକୁ ଫେରେଇ କି ନ ଆଣିଲେ ତାହାଲେ ତାଙ୍କର ଏହି ପ୍ରତିବାଦ ଆଗକୁ ମଧ୍ୟ ଜାରି ରହିବ । ଆଉ ସ୍କୁଲକୁ ପିଲା ପାଠ ପଢିବାକୁ ଯିବେ ନାହିଁ ବୋଲି ଚେତାବନୀ ଦେବା ସହିତ ତାଲା ପକାଇ ସ୍କୁଲ୍ ବାହାରେ ଧାରଣାରେ ବସିଛନ୍ତି ।

   Related Posts