ସ୍କୁଲର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ, ହୋଇ ପାରିଲାନି ପରୀକ୍ଷା
20/12/2022 at 4:53 PM

ନୀଳଗିରି,୨୦/୧୨: ବିଜ୍ଞାନ ଶିକ୍ଷକ ନିଯୁକ୍ତି ସହ ବିଭିନ୍ନ ଅବ୍ୟବସ୍ଥା ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା ଝୁଲାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ।ହୋଇପାରିଲାନି ଗଣିତ ପରୀକ୍ଷା। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ରମ୍ବାମଣୀ ନୋଡାଲ ଉପ୍ରା ବିଦ୍ୟାଳୟରେ ଘଟିଛି । ଏହି ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଦୀର୍ଘଦିନ ଧରି ଲାଗିରହିଛି । ବିଜ୍ଞାନ ଶିକ୍ଷକ ନଥିବାରୁ ସାହିତ୍ୟ ଶିକ୍ଷକ ଏହାକୁ ପଢ଼ାଉଛନ୍ତି। ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି ସମାଧାନ ହେଉନଥିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ଝୁଲାଇ ଦେଇଛନ୍ତି। ଆଜି ପରୀକ୍ଷା ହୋଇନଥିବା ବେଳେ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023