ବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା, ଫାଇନାଲରେ ବାଜି ମାରିଲା ଶ୍ରୀରାମ କଲେଜ

Published By : Prameya-News7 Bureau | November 17, 2023 IST

ବିନିକା ୧୭/୧୧: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ କଲେଜରେ ପ୍ରଥମ କରି ରାଜେନ୍ଦ୍ର ଅନୁଷ୍ଠିତ ହୋଇଛି ବିଶ୍ୱବିଦ୍ୟାଳୟ ସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ କବାଡି ପ୍ରତିଯୋଗିତା । ଏଥିରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ୨୭ଟି କଲେଜର ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସେଥିରୁ ଛାତ୍ର ବିଭାଗରେ ୧୫ ଓ ଛାତ୍ରୀ ବିଭାଗରେ ୧୨ଟି ଦଳ ଅଂଶ ଗ୍ରହଣ କରିଥିଲେ ।

ଛାତ୍ରୀ ବର୍ଗ ଫାଇନାଲ ମ୍ୟାଚରେ ଟିଟିଲାଗଡ ଡିଏଭି କଲେଜ ବିଜୟୀ ହୋଇଥିଲା ସେହିପରି ଛାତ୍ର ବର୍ଗ ଫାଇନାଲ ମ୍ୟାଚରେ ରାମପୁର ଶ୍ରୀରାମ କଲେଜ ବିଜୟୀ ହୋଇଥିଲା । ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସ୍ପୋର୍ଟସ କାଉନସିଲ ସମ୍ପାଦକ ଡ଼ ବିଶ୍ୱଜିତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବର୍ଗର ବିଜୟୀ/ରନର ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.