ମାଟ୍ରିକ ପରୀକ୍ଷା ପ୍ରସ୍ତୁତି , ପାଠପଢା ଛାଡି ସ୍କୁଲ କାମରେ ଛାତ୍ରଛାତ୍ରୀ
18/02/2020 at 5:10 PM

ଭଦ୍ରକ ୧୮।୦୨: ସାରା ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ସମସ୍ତ ସେଣ୍ଟରକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି । ସେଣ୍ଟର କରାଯାଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଆଉ ଏସବୁର ଦାୟିତ୍ଵ ଦିଆଯାଇଛି । କିନ୍ତୁ ବିଦ୍ୟାଳୟର ଜଗୁଆଳି ଆଉ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିବା ସତ୍ତ୍ୱେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ ।ମାଟ୍ରିକ ପରୀକ୍ଷା ପାଇଁ ପରୀକ୍ଷା ହେବାକୁ ଥିବା ସେଣ୍ଟରରେ ଛାତ୍ରଛାତ୍ରୀଙ୍କୁ ସଜାଇ ଦିଆଯାଇଛି ଶ୍ରମିକ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ସୌକତ ଅଲ୍ଲୀ ଜଲାଲୁଦ୍ଦିନ ଉଚ୍ଚ ବିଦ୍ୟାଳୟରେ ।

ଏଥର ମ୍ୟାଟ୍ରିକ ପରୀକ୍ଷା ପାଇଁ ସେଣ୍ଟର ହୋଇଛି । ଆଉ ସେଣ୍ଟର ପ୍ରସ୍ତୁତି କାର୍ଯ୍ୟ କରୁଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ । କିନ୍ତୁ ଏଠାରେ ପ୍ରସ୍ତୁତିରେ ବିଦ୍ୟାଳୟର କୌଣସି କର୍ମଚାରୀଙ୍କ ବଦଳରେ କାର୍ଯ୍ୟ କରୁଛନ୍ତି ଛାତ୍ରଛାତ୍ରୀ । ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି । ସାଧାରଣ ଲୋକେ ମଧ୍ୟ ପ୍ରଧାନଶିକ୍ଷତ୍ରୀଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

ଧାମନଗର ବ୍ଲକ ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ କୁହନ୍ତି କି ଏମିତି କୌଣସି ନିୟମ ନାହିଁ ଯେ ଛାତ୍ରଛାତ୍ରୀ କାର୍ଯ୍ୟ କରିବେ । ବିଦ୍ୟାଳୟରେ ଜଗୁଆଳି ଓ ପିଅନ ଅଛନ୍ତି । ସେମାନେ କାର୍ଯ୍ୟ ସମ୍ପାଦନା କରିବା ଉଚିତ୍ । ତେବେ ଯଦି ଏମିତି କିଛି ହୋଇଛି ତେବେ ତଦନ୍ତ ହେବ ବୋଲି ସେ କହିଛନ୍ତି ।
