୧୦ଟା ବଦଳରେ ୧୧ ଟାରେ ଖୋଲୁଛି ସ୍କୁଲ୍, ସକାଳୁ ଆସି ବାହାରେ ଖେଳୁଛନ୍ତି ପିଲା

Published By : Prameya-News7 Bureau | September 30, 2022 IST

ବଲାଙ୍ଗୀର ୩୦/୦୯: ପିଲାଙ୍କ ପାଠପଢା ପାଇଁ ସରକାରଙ୍କ କେତ କଣ ଯୋଜନା । ପାଠ ପଢ଼ାରେ ବି ସୁଧାର ଆଣିବାକୁ ସରକାର ତତ୍ପର ଅଛନ୍ତି । ହେଲେ ସ୍କୁଲରେ ନା ଶିକ୍ଷକ ନା ଶିକ୍ଷୟତ୍ରୀ ସେତିକି ତତ୍ପର ରହୁଛନ୍ତି ପିଲାଙ୍କ ପାଇଁ । ଯାହାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଳା ଦୁର୍ଗାପାଲି ଟେଣ୍ଡାପଦର ଗାଁ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ।

wp:html /wp:html

ପ୍ରତିଦିନ ସକାଳ ୧୧ଟା ପରେ ଖୋଲୁଛି ସ୍କୁଲ । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀ ସକାଳ ୯.୪୫ ରୁ ଆସି ବାହାରେ ବୁଲିବା ସହ ଖେଳୁଛନ୍ତି । ଗୋଟିଏ କି ଦୁଇ ଦିନ ନୁହେଁ ମାସ ମାସ ପର୍ଯ୍ୟନ୍ତ ଏଭଳି କାମ କରୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଯାହାକୁ ନେଇ ବଢିଛି ଅସନ୍ତୋଷ l ଖାଲି ସେତିକି ନୁହେଁ ପାଖରେ ରହିଛି ଅଙ୍ଗନବାଡ଼ି ସେଠି ମଧ୍ୟ ସମାନ ଦୃଶ୍ୟ ।

ଏନେଇ ପୂର୍ବରୁ ମଧ୍ୟ ସ୍କୁଲକୁ ଯାଇ ଶିକ୍ଷୟିତ୍ରୀଙ୍କୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଶେଷରେ ଆଜି ଭିଡିଓ କରି ସତ୍ୟକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯଇଥିଲା । ଏନେଇ ଶିକ୍ଷକଙ୍କୁ ଭିଡିଓରେ ପଚାରିବାରୁ ସେ କହିଥିଲେ ତାଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ବିଳମ୍ବ ହୋଇଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.