ମହାନଦୀରେ ବଢୁଛି ବନ୍ୟାଜଳ, ନୟାଗଡ଼ରେ ୩୦ ବିଦ୍ୟାଳୟ ଛୁଟି

Published By : Prameya-News7 Bureau | August 16, 2022 IST

ନୟାଗଡ଼ ୧୬।୦୮: ନୟାଗଡ଼ରେ ୩୦ ବିଦ୍ୟାଳୟ ଛୁଟି । ମହାନଦୀରେ ବନ୍ୟାଜଳ ବଢୁଥିବା ଯୋଗୁଁ ନୟାଗଡ଼ାରେ ୩୦ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଛୁଟି ଘୋଷଣା ହୋଇଥିବା ସ୍କୁଲ ମଧ୍ୟରେ ଗଣିଆ ବ୍ଲକର ୯ଟି , ଭାପୁର ବ୍ଲକର ୧୨ ଏବଂ ଖଣ୍ଡପଡା ବ୍ଲକର ୯ଟି ରହିଛି ।

ସୂଚନାଯୋଗ୍ୟ ଯେ, ମହାନଦୀରେ ଜଳସ୍ତର ବଢିବା ପରେ ନୟାଗଡ଼ ଗଣିଆ ଓ ଭାପୁର ବ୍ଲକରେ ପଶିଛି ପାଣି । ରାସଙ୍ଗ ଓ କଳାପାଟ ମନ୍ଦିର ନିକଟ ରାସ୍ତାରେ ୬ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତିନିଟି ପଞ୍ଚାୟତକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଏହି ତିନିଟି ପଞ୍ଚାୟତ ହେଲା ଛାମୁଣ୍ଡିଆ, ବଡ଼ ସିଲିଙ୍ଗା, ରାସଙ୍ଗ ପଞ୍ଚାୟତ । ରାସଙ୍ଗ ଠାରେ ପ୍ରଶାସନ ପକ୍ଷରୁ ଗୋଟିଏ ମଟର ବୋଟ୍ ଯୋଗାଇ ଦିଆଯାଇଛି । ଭାପୁର ବ୍ଲକର କରବର ପଞ୍ଚାୟତର ମାଣିତ୍ରୀ, ନଣ୍ଡାବର, କରବର ଏବଂ ଗୁଡ଼ୁପାଡ଼ି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟାଜଳ ବଢ଼ୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ଦୁଇଟି ବ୍ଲକରେ ୬ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.