ନୂଆଦିଲ୍ଲୀ11/07 : ଆଜିର ସମାଜରେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ କେବଳ ନିଜ ପାଇଁ ନୁହେଁ। ଗରିବ ପିଲାଙ୍କ ଭବିଷ୍ୟତ ସହ କରନ୍ତି ପରିବେଶ ଚିନ୍ତା। ସେମାନେ କାଲି ଚିନ୍ତାକରନ୍ତି କରି ବି ଦେଖାନ୍ତି। ସେମିତି ଜଣେ ମହିଳା ହେଲେ ଅବସରପ୍ରାପ୍ତ ଏନଟିପିସି ଅଧିକାରୀ ନୀରଜା ସାକ୍ସେନା। ଗତ ଦୁଇ ବର୍ଷ ଧରି ଗାଜିଆବାଦର ଇନ୍ଦିରାପୁରମରେ ଏକ ନିଆରା ଫୁଟପାଥ ସ୍କୁଲ ଚଲାଇଛନ୍ତି। ପ୍ରତିଦିନ ପ୍ରାୟ 40 ପିଲା ଏହି ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସନ୍ତି । ଏଠାରେ ପଠପଢ଼ା ସହ, ସେମାନେ ଖାଦ୍ୟ, ୟୁନିଫର୍ମ ଏବଂ ଷ୍ଟେସନାରୀ ଭଳି ଜିନିଷ ମଧ୍ୟ ପାଆନ୍ତି, କିନ୍ତୁ ସେମାନେ ଏହି ସବୁ ପାଇଁ ତାଙ୍କୁ ଦେବାକୁ ପଡ଼େନି ଟଙ୍କା। ଏମିତି କି ମାଗଣାରେ ବି ମିଳେନି। ଏସବୁ ପାଇଁ ପିଲାମାନଙ୍କୁ ଏକ ବିଶେଷ ଶୁଳ୍କ ଦେବାକୁ ପଡିବ, ଯାହା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ।
wp:embed {"url":"https://www.prameyanews7.com/why-do-loco-pilots-exchange-rings-at-stations-in-indian-railways-quora-quora-why-do-loco-pilots-exchange-rings-at-railway-station/","type":"wp-embed","providerNameSlug":"prameya-news-7"} /wp:embedନୀରଜା ସକ୍ସେନାଙ୍କ ଉଦ୍ୟମରେ ପରିଚାଳିତ ଏହି ବିଦ୍ୟାଳୟରେ ଶିକ୍ଷା ସହିତ ପିଲାମାନଙ୍କୁ ପରିବେଶ ସୁରକ୍ଷା ଶିକ୍ଷା ମଧ୍ୟ ଦିଆଯାଉଛି। ନୀରଜା ପ୍ଲାଷ୍ଟିକରେ ତିଆରି ବଡ଼ ପିଲାମାନଙ୍କଠାରୁ ମାସରେ ଚାରିଟି ଇକୋ-ଇଟା ଏବଂ ସାନ ମାନଙ୍କଠାରୁ ଦୁଇଟି ନେଇଥାନ୍ତି। ପରିବେଶପ୍ରେମୀ ହୋଇ ସେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ବିପଦ ବିଷୟରେ ପିଲାମାନଙ୍କୁ ଅବଗତ କରାନ୍ତି । ତାଙ୍କର ଉଦ୍ୟମ ଯୋଗୁଁ, ବର୍ତ୍ତମାନ ଏଠାକୁ ଆସୁଥିବା ପିଲାମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ଦିନେ ଯେଉଁ ପିଲାମାନେ ନିଜ ଘର ଅଳିଆ କରୁଥିଲେ, ବର୍ତ୍ତମାନ ସେମାନେ ରାସ୍ତା ଉପରେ ପଡ଼ିଥିବା ପ୍ଲାଷ୍ଟିକକୁ ଶୀଘ୍ର ଉଠାଇ ନିଅନ୍ତି । ଲକଡାଉନ୍ ସମୟରେ ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ନୀରଜା ପ୍ରେରଣା ପାଇଥିଲେ । ସେହି ସମୟରେ ସେ ନିକଟସ୍ଥ ବସ୍ତିକୁ ଖାଦ୍ୟ ନେଇ ଯାଉଥିଲେ । ସେ ଦେଖିଲେ ଯେ ପିଲାମାନେ ଖାଇବା ତ ଯୋଗାଡ଼ କରି ଦେଉଛନ୍ତି। ହେଲେ ସେମାନେ ଶିକ୍ଷା ଠାରୁ କୋଶେ ଦୂରରେ। ତେଣୁ ସେ ନିଜ ଖାଲି ସମୟକୁ ପିଲାମାନଙ୍କ ପାଇଁ ବ୍ୟବହାର କରିବାକୁ ସ୍ଥିରକଲେ।
{"id":815679,"width":839,"height":473,"sizeSlug":"full","linkDestination":"none"}ସେ ନିଜ ସୋସାଇଟିର ଏକ ଛୋଟ ବିଦ୍ୟାଳୟ ଆରମ୍ଭ କଲେ। ଏଠାରେ ସେ ଏହି ପିଲାମାନଙ୍କୁ ପଢ଼େଇବାସହ ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଇଛନ୍ତି। ପୂର୍ବରୁ ସେ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେଉଥିଲେ, କିନ୍ତୁ ପରେ ପିଲାମାନଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ପାଇଁ ସେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରିବାର ସଂକଳ୍ପ ନେଇଥିଲେ। ଏହା ସହି ନୀରଜା ପିଲାମାନଙ୍କୁ ବୃକ୍ଷରୋପଣ କରିବାକୁ ମଧ୍ୟ କୁହନ୍ତି। ନୀରଜା ବିଶ୍ୱାସ କରନ୍ତି ଯେ ଏହି ପିଲାମାନେ ଆସନ୍ତାକାଲି, କେବଳ ସେମାନଙ୍କୁ ଉନ୍ନତ କଲେ ଆସନ୍ତାକାଲିକୁ ବି ସେମାନେ ଉନ୍ନତ କରିବାକୁ ସମର୍ଥ ହେବେ। ନୀରଜାଙ୍କର ଏହି କାର୍ଯ୍ୟ ଅନ୍ୟ ମାନଙ୍କ ଉଦାହରଣ ସାଜିବା ସହ ପ୍ରଶଂସନୀୟ ମଧ୍ୟ।
wp:html /wp:html