ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ ବସ; ୩ମୃତ, ୧୦ ଆହତ

Published By : Prameya-News7 Bureau | November 11, 2018 IST

ନବରଙ୍ଗପୁର ୧୧/୧୧ : ନବରଂଗପୁର ଚନ୍ଦାହାଣ୍ଡି ଘାଟିରେ ସ୍କୁଲ ବସ୍ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏକ ପାଠଚକ୍ରରେ ଯୋଗ ଦେବାକୁ ଚନ୍ଦାହାଣ୍ଡି ଯାଉଥିଲେ । ବସ୍ ରେ ୧୦ ଜଣ ଶିକ୍ଷକ ଓ କର୍ମଚାରୀ ଥିବା ବେଳେ ୨୫ରୁ ୩୦ ଛାତ୍ରଛାତ୍ରୀ ଥିଲେ । ଘାଟିରେ ଯିବାବେଳେ ନିୟନ୍ତ୍ରଣ ହରାଇ ବସ୍ ଟି ତଳକୁ ଖସି ପଡ଼ିଥିଲା । ମୃତକ ୩ ଜଣ ଶିକ୍ଷକ ବୋଲି ଜଣାପଡ଼ିଛି । ସେମାନେ ହେଲେ ଲଳିତ ମୋହନ ପଟ୍ଟନାୟକ, ରୀନା ନାୟକ ଓ ନିରଞ୍ଜନ ନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.