ଅସାବଧାନତାରୁ ସ୍କୁଲ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | November 11, 2022 IST

ଆନନ୍ଦପୁର ୧୧/୧୧: ରାସ୍ତାରେ ଯିବା ସମୟରେ ଏକ ସ୍କୁଲ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ରେ ଥିବା ୫ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍କୁଲ୍‌ ଛୁଟିହେବା ପରେ ଛାତ୍ରଛାତ୍ରୀଙ୍କୁ ବସଟି ଛାଡ଼ିବାକୁ ନେବାବେଳେ ଏପରି ଦୁର୍ଘଟଣା ହୋଇଛି। ଜଣେ ଛାତ୍ର ବସ୍‌ ଷ୍ଟିଅରିଂ ଧରିଥିବାରୁ ଏପରି ହୋଇଥିବା କୁହାଯାଇଛି। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଭଣ୍ଡାରିଡିହା କେନାଲ୍‌ ପାଖରେ ଏପରି ଦୁର୍ଘଟଣା ଘଟିଛି। ବସ୍‌ଟି ରାସ୍ତା ପାଖରେ ଥିବା ଏକ ଇଲେକ୍ଟ୍ରି ପୋଲ୍‌ରେ ଧକ୍କା ହେବାରୁ ସେଠାରେ ଥିବା କେନାଲ୍‌କୁ ଖସିନଥିଲା। ଫଳରେ ବସ୍‌ଟି ଏକ ଆସନ୍ନ ବିପଦରୁ ରକ୍ଷା ପାଇଛି।

ଖବର ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଗୋହିରାରେ ଥିବା ପ୍ରାଣବଲ୍ଲବ ପବ୍ଲିକ୍‌ ସ୍କୁଲ୍‌ର ବୋଲି ଜଣା ପଡ଼ିଛି। ତେବେ ଦୁର୍ଘଟଣା ବେଳେ ବସ୍‌ ଚାଳକଙ୍କ ପାଖରେ ରହି ଜଣେ ଛାତ୍ର ବସର ଷ୍ଟିୟରିଂ ଧରିଥିଲେ। ସେଥିପାଇଁ ଏଭଳି ଦୁର୍ଘଟଣା ଘଟିଛି ବୋଲି  ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଖବର ପାଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ପ୍ରାଣବହ୍ଲବ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବସରେ ପରିବହନ ବିଷୟ ପୂର୍ବରୁ ମଧ୍ଯ ଚର୍ଚ୍ଚାକୁ ଆସିଛି। ସୂଚନାଥାଉକି, କିଛିମାସ ତଳେ ଗଣଶିକ୍ଷା ମନ୍ତ୍ରୀ ସମିର ଦାସ କେନ୍ଦୁଝର ଗସ୍ତରେ ଯିବାବେଳେ ଏହି ସ୍କୁଲ୍‌ର ବସରେ ମାତ୍ରାଧିକ ଛାତ୍ରଛାତ୍ରୀ ଯାଉଥିବା ଦେଖି ବସକୁ ଅଟକାଇ ପୋଲିସ୍ ଜିମା ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.