ଭାରସାମ୍ୟ ହରାଇ ଓଲଟି ପଡିଲା ସ୍କୁଲ ଅଟୋ; ୭ ଛାତ୍ରଛାତ୍ରୀ ଆହତ,୨ ଗୁରୁତର

Published By : Prameya-News7 Bureau | September 18, 2018 IST

ସମ୍ବଲପୁର ୧୮/୯ : ସମ୍ବଲପୁର ସାକ୍ଷୀପଡ଼ା ନିକଟରେ ସ୍କୁଲ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି | ଭାରସାମ୍ୟ ହରାଇ ଅଟୋଟି ରାସ୍ତା କଡ଼କୁ ଓଲଟି ପଡିଥିଲା | ଏଥିରେ ୭ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି | ଆହତ ପିଲାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ଘଟଣାସ୍ଥଳରେ ପୋଲିସ ପହଂଚି ଅଟୋଟି ଜବତ କରିଛି | ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି | ଅଟୋରେ କ୍ଷମତା ଠାରୁ ଅଧିକ ପିଲା ବସେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ | ୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଅଛି | ସେମାନଙ୍କୁ ଘରକୁ ପଠେଇ ଦିଆଯାଇଛି | ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି | ପୋଲିସ ସୂଚନା ଅନୁଯାୟୀ, ଅଟୋ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲା ଏବଂ ଅଟୋର ଗତି ମଧ୍ୟ ବହୁତ ଅଧିକ ଥିଲା ଯେଉଁଥିପାଇଁ ଅଟୋଟି ଏକ ନାଳରେ ପଡିଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.