କପି ଚେକ୍ ବାହାନାରେ ଅସଦାଚରଣ, ବିଦ୍ୟାଳୟ ସମ୍ମୁଖରେ ବିଶାଳ ଧାରଣା
28/11/2022 at 2:32 PM

ଢେଙ୍କାନାଳ ୨୮/୧୧: ଚଳିତ ବର୍ଷ ମାଟ୍ରିକ ସେମୋତିଭ ପରୀକ୍ଷା ରେ ଢେଙ୍କାନାଳରେ ଅଭାନୀୟ ପରିସ୍ଥିତି ଉପୁଜିଛି। ପରୀକ୍ଷା କେନ୍ଦ୍ର ଆଗରେ ପରୀକ୍ଷାର୍ଥୀଙ୍କ ଧାରଣା। ପରିକ୍ଷାର୍ଥୀଙ୍କ ପାଖରେ କରପି ଯାଞ୍ଚ କରିବା ଆଳରେ ଛାତ୍ରଛାତ୍ରୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ। ଏପରି ଅପ୍ରୀତିକର ପରିସ୍ଥିତି ସଦର ବ୍ଲକ ଭାଲିଆବୋଲ କାଟେଣିରେ ଥିବା ବଂଶୀଧର ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏନେଇ ବଂଶୀଧର ହାଇସ୍କୁଲ୍ରେ ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଥମିଥିବା ଦେଖାଯାଇଛି।
ଖବର ଅନୁସାରେ, ପରୀକ୍ଷାର୍ଥୀ ମାନଙ୍କୁ କପି ଯାଞ୍ଚ ଆଳରେ ବିଭିନ୍ନ ଆପତ୍ତିକର କଥା କହିବା ସହ ହଇରାଣ କରିବା ଆଭିଯୋଗରେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀ ବସିଥିଲେ ଧାରଣାରେ। ଯାହାକୁ ନେଇ ଢେଙ୍କାନାଲ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାଲିଆ ବୋଲ କାଟେଣିରେ ଥିବା ବଂଶୀଧର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଅଭାନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପରୀକ୍ଷା ସରିବା ପରେ ପରୀକ୍ଷା କେନ୍ଦ୍ର ମୁଖ୍ୟ ଫାଟକ ଆଗରେ ସମସ୍ତ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଏହାକୁ ଅଭିଭାବକ ମାନେ ସମର୍ଥନ ଦେଇ ପ୍ରତିବାଦ ପ୍ରଦର୍ଶନ କରିବାରୁ ସ୍କୁଲ ଆଗରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ପାଇ ସଦର ଥାନା ପୋଲିସ ସେଠାରେ ପହଞ୍ଚି ଆନ୍ଦୋଳନରତ ଛାତ୍ର ଛାତ୍ରୀଙ୍କୁ ବୁଝା ସୁଝା କରିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେବାରୁ ଛାତ୍ରଛାତ୍ରୀ ଆନ୍ଦୋଳନରୁ ହଟିଛନ୍ତି। ପରୀକ୍ଷା ହଲ୍କୁ ଶିକ୍ଷକ ଶିକ୍ଷୟତ୍ରୀ ନେଉଥିବା ମୋବାଇଲ ହଜିବା କୁ କେନ୍ଦ୍ର କରି ଛାତ୍ରୀମାନଙ୍କୁ ଆଯଥା ଯାଞ୍ଚ କରାଯାଇଛି ବୋଲି ଛାତ୍ରଛୀତ୍ରୀ ଅଭିଯୋଗ କରିଛନ୍ତି। ଏପରିକି କପି ଯାଞ୍ଚ ଆଳରେ ଏହି ପରୀକ୍ଷା କେନ୍ଦ୍ରରେ ପ୍ରଧାନ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଶିକ୍ଷୟତ୍ରୀ ମାନେ ପିଲାମାନଙ୍କୁ ନାନା ହଇରାଣ କରିବା ସହ ଆପତ୍ତିଜନ ମନ୍ତବ୍ୟ ଦେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଏହି ପରୀକ୍ଷା କେନ୍ଦ୍ରରେ ଏପରି ଅଭାନୀୟ ପରିସ୍ଥିତି ଉପୁଜିଥିବା ଜଣାପଡିଛି।