suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୩୧ ଅକ୍ଟୋବର ପର୍ଯ୍ୟନ୍ତ ବଢିଲା ଅନ୍ତର୍ଜାତୀୟ ଉଡାଣ ପ୍ରତିବନ୍ଧକ, ବିଦେଶକୁ ଉଡ଼ିବନି ବିମାନ

30/09/2020 at 10:05 PM

ନୂଆଦିଲ୍ଲୀ ୩୦।୯: ଅନ୍ତର୍ଜାତୀୟ କମର୍ସିଆଲ ଉଡାଣ ସେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ବୁଧବାର ଏହି ସୂଚନା ଦେଇଛନ୍ତି। ଏ ନେଇ ଡିଜିସିଏଙ୍କ ପକ୍ଷରୁ ଜାରି ବିବୃତ୍ତିରେ କରୋନା ଭାଇରସ ମହାମାରୀକୁ ନେଇ ଉପୁଜିଥିବା ପରିସ୍ଥିତିରେ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡାଣ ପ୍ରତିବନ୍ଧକକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ କରଯାଇଥିବା କୁହାଯାଇଛି।

ସୂଚନା ଯୋଗ୍ୟ ଯେ କରୋନା ଭାଇରସ ମହାମାରୀ ଲାଗି ସାରା ଦେଶରେ ମାର୍ଚ୍ଚ ୨୫ ତାରିଖରେ ଲକଡାଉନ୍‌ ଜାରି ହୋଇଥିଲା। ତେବେ ଏହାର ଦୁଇ ଦିନ ପୂର୍ବରୁ ମାର୍ଚ୍ଚ ୨୩ ତାରିଖ ଦିନ ଅନ୍ତର୍ଜାତୀୟ ଉଡାଣ ଉପରେ କଟକଣା ଜାରି ହୋଇସାରିଥିଲା। ମେ ୨୫ ତାରିଖରୁ ସରକାର ଧିରେ ଧିରେ ଘରୋଇ ଯାତ୍ରୀ ବିମାନ ଚଳାଚଳ ସ୍ୱଭାବିକ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡାଣ ଆରମ୍ଭ ମଧ୍ୟ ହୋଇ ନାହିଁ।

ସେପଟେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ସତ୍ତ୍ୱେ  ବୁଧବାର ଅନଲକ ୫-୦ର ଗାଇଡଲାଇନ ଜାରି ହୋଇଛି। ଆଗକୁ ଦେଶରେ ଉତ୍ସବ ଋତୁ ଥିବାରୁ ସରକାର ଅନଲକରେ ଅନେକ ରିହାତି ମଧ୍ୟ ପ୍ରଦାନ କରିଛନ୍ତି। ଏହି ଅନୁସାରେ ଅକ୍ଟୋବର ୧୫ ତାରିଖରୁ ସରକାର ସିନେମା ହଲ, ଏଣ୍ଟରଟୈନମେଣ୍ଟ ପାର୍କ ଓ ସ୍ୱିମିଂ ପୁଲ ଆଦି ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି।  

   Related Posts