Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘୋଷଣା ହେଲା ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟ୍ କାର୍ଯ୍ୟକ୍ରମ, ଇତିହାସ ଜାଣିଲେ ଆଶ୍ଚର୍ଯ୍ୟ ହେବେ

19/06/2019 at 7:15 PM

ୱିଲିଂଟନ: ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟ୍ ର କାର୍ଯ୍ୟସୂଚୀ ଘୋଷିତ ହୋଇଛି। ୩୦ ଜାନୁୟାରୀ ୨୦୨୧ରୁ ଖେଳାଯିବାକୁ ଥିବା ଏହି ବିଶ୍ୱକପର ଆୟୋଜକ ହେବ ନ୍ୟୁଜିଲ୍ୟାଣ୍ଡ। ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୧୯୮୨ ଓ ୨୦୦୦ ମସିହାରେ ମହିଳା ବିଶ୍ୱକପ୍ ର ଆୟୋଜନ କରିଥିଲା । ଆଗାମୀ ବିଶ୍ବକପରେ ମୋଟ ୮ଟି ଟିମ୍ ଭାଗ ନେବାକୁଥିବା ବେଳେ ଫାଇନାଲକୁ ମିସାଇ ୩୧ଟି ମ୍ୟାଚ୍ ଖେଳାଯିବ।

ଆଇସିସି କ୍ୱାଲିଫାଇଁରେ ଥିବା ଅଷ୍ଟ୍ରେଲିଆ, ଇଂଲଣ୍ଡ, ଇଣ୍ଡିଆ ଓ ସାଉଥ ଆଫ୍ରିକା ମହିଳା କ୍ରିକେଟ୍ ଟିମ୍ ବିଶ୍ୱକପ୍ ପାଇଁ ମଧ୍ୟ କ୍ୱାଲିଫାଇ କରିପାରନ୍ତି। ତେବେ ଆୟୋଜକ ଦୃଷ୍ଟିରୁ ଏଥିରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଖେଳିପାରେ ତେବେ ଅନ୍ୟ ୩ଟି ଟିମ୍ କ୍ୱାଲିଫାୟରଙ୍କ ଜରିଆରେ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବେ। ୨୦୧୭ରେ ଅନୁଷ୍ଠିତ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ର ଇଂଲଣ୍ଡ ଥିଲା ଆୟୋଜକ । ଫାଇନାଲରେ ଭାରତକୁ ୯ ରନ୍ ରେ ହରାଇ ଟାଇଟଲ ହାସଲ କରିଥିଲା ଇଂଲଣ୍ଡ ।

ତେବେ ସବୁଠୁ ମଜାଦାର କଥା ହେଲା ଏବେ ପୁରୁଷ ବିଶ୍ୱକପ୍ କ୍ରିକେଟ୍ ଅନୁଷ୍ଠିତ ହେଉଥିବା ବେଳେ ୨ ବର୍ଷ ପୂର୍ବରୁ ମହିଳା ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।  ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ  ପୁରୁଷ ବିଶ୍ୱକପ୍ କ୍ରିକେଟ ଆୟୋଜନ ପୂର୍ବରୁ ମହିଳା ବିଶ୍ବ କପ୍ କ୍ରିକେଟ ଅନୁଷ୍ଠିତ ହୋଇସାରିଥିଲା। ପ୍ରଥମ ମହିଳା ବିଶ୍ୱକପ୍ କ୍ରିକେଟ୍ ୧୯୭୩ ମସିହାରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା। ଇଂଲଣ୍ଡ ଏହାର ଆୟୋଜକ ଥିବା ବେଳେ  ୨ ବର୍ଷ ପରେ ଅର୍ଥାତ ୧୯୭୫ ମସିହାରେ  ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ପୁରୁଷ କ୍ରିକେଟ୍ ବିଶ୍ୱକପ୍ ।

   Related Posts