ଗୋପାଳଙ୍କୁ ନେଇ ସିନ୍ ରିକ୍ରିଏସନ୍, କ୍ରାଇମ ସ୍ପଷ୍ଟରେ ଫିଟିବ କି ହତ୍ୟା ରହସ୍ୟ ?
3/02/2023 at 1:56 PM

ଝାରସୁଗୁଡ଼ା ୦୩/୦୨: ନବ ଦାସଙ୍କ ହତ୍ୟା ମାମଲାରେ ଫିଟିବ କି ଗୁମର? OSAP ସେକେଣ୍ଡ ବାଟାଲିଅନ ପରିସରରୁ ବାହାରିଛନ୍ତି ଗୋପାଳ ଦାସ । ତାଙ୍କୁ କଡା ସୁରକ୍ଷା ମଧ୍ୟରେ ଓରିଏଣ୍ଟ ଥାନା ବୁଢିଜାମ୍ ଅଞ୍ଚଳରେ ଗୋପାଳ ରହୁଥିବା କ୍ବାର୍ଟରକୁ ନେଇଛି କ୍ରାଇମବ୍ରାଞ୍ଚ । ଏହା ପରେ ଗୋପାଳଙ୍କୁ କ୍ରାଇମସ୍ପଟକୁ ନେଇ ସିନ୍ ରିକ୍ରିଏସନ୍ କରୁଛି କ୍ରାଇମବ୍ରାଞ୍ଚ । ସିନ୍ କ୍ରିଏସନ ବେଳେ ମନରେ ଅନେକ ପ୍ରଶ୍ନ।
କ୍ରାଇମ ସ୍ପଟରେ ଫିଟିବ କି ହତ୍ୟା ରହସ୍ୟ? କିଭଳି କେଉଁ ଆଙ୍ଗେଲରୁ ଗୁଳି କରିଥିଲା ଗୋପାଳ? ସୁରକ୍ଷା କର୍ଡନ ଭାଙ୍ଗି କିଭଳି ଗାଡି ପାଖକୁ ଯାଇଥିଲା ଓ ନବଙ୍କ ଗାଡିଠାରୁ କେତେ ଦୂରରେ ଥିଲେ ଗୋପାଳ ସବୁର ଖୋଲିବ ରହସ୍ୟ। ? ଏହାସହ କିଭଳି ଗୁଳି ଚଳାଇଥିଲା ତାର ଡେମୋ ଦେଖାଇଛନ୍ତି ଗୋପାଳ।
ନବ ଦାସ ହତ୍ୟା ଘଟଣାର ସବୁ ଦିଗକୁନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଅଭିଯୁକ୍ତ ଗୋପାଳଙ୍କ ପୈତୃକ ଗ୍ରାମ ଜଳେଶ୍ୱରୀଖଣ୍ଡି ଏବଂ ବ୍ରହ୍ମପୁରରେ ପରିବାର ବର୍ଗ, ସମ୍ପର୍କୀୟ, ସାଙ୍ଗ ସାଥୀ, ଚିକିତ୍ସା କରୁଥିବା ଡାକ୍ତରଙ୍କ ଭଳି ପାଖାପାଖି ୩୦ଜଣଙ୍କୁ ପଚରା ଉଚରା କରିଛି । ଗୋପାଳଙ୍କ ବାଲ୍ୟ ବନ୍ଧୁ ପ୍ରଦୀପ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚୁରା କରିଛି ।