ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ବିବନକୁ ନେଇ ସିନ୍ ରିକ୍ରିଏସନ୍ କରୁଛି ସିବିଆଇ

Published By : Prameya-News7 Bureau | March 05, 2021 IST

ଭୁବନେଶ୍ୱର, ୦୫|୦୩: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ନେଇ ସିବିଆଇ ସିନ୍ ରିକ୍ରିଏସନ୍ କରୁଛି । ସିବିଆଇର ଅଧିକାରୀମାନେ ବିବନକୁ ଧରି ବାରଙ୍ଗରେ ଘଟିଥିବା ଗଣଦୁଷ୍କର୍ମ ସ୍ଥାନରେ ଏହି ସିନ୍ ରିକ୍ରିଏସନ୍ କରାଯାଉଛି ।

ଗୁରୁବାର ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୨ ଦିନିଆ ରିମାଣ୍ଡରେ ସିବିଆଇ ନେଇଥିଲା । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ରିମାଣ୍ଡ ନେଇଛି ସିବିଆଇ । ବିବନକୁ ୫ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ । ମାତ୍ର ୨ ଦିନ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଥିଲେ।

ବିବନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଥିବା ସିବିଆଇ ଶୁକ୍ରବାର ଘଟଣାସ୍ଥଳକୁ ସିନ୍ ରିକ୍ରିଏସନ୍ କରୁଛି । ୧୯୯୯ ମସିହାର ଏହି ଲୋମହର୍ଷଣକାରୀ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ହଟାଇବାକୁ ସିବିଆଇ ଟିମ୍‌ ଚେଷ୍ଟା କରିବ ।

ସୂଚନାଯୋଗ୍ୟ, ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ କମିସନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍‌ ଅପରେସନ ‘ସାଇଲେଣ୍ଟ ଭାଇପର’ ଦ୍ବାରା ପୁନେରୁ ଗିରଫ ହୋଇଥିଲା । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା । ୨୨ ବର୍ଷ ଭିତରେ ମାମଲାରେ ଗିରଫ ଅନେକ ଅପରାଧୀଙ୍କ  ମୃତ୍ୟୁ  ମଧ୍ୟ ହୋଇ ସାରିଲାଣି । ଏପରିକି ମାମଲାର ଜଡିତ ବହୁ ସାକ୍ଷୀଙ୍କର ମଧ୍ୟ ଦେହାନ୍ତ ହୋଇସାରିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.