ପିପିଳିଆ ଛକରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର, ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | February 23, 2024 IST

ଘଟଗାଁ ୨୩/୦୨: ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ । ଘଟଣାସ୍ଥଳରେ ୨ ସ୍କୁଟି ଚାଳକ ମୃତ । ଏହାସହ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଥାଉକି, କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର - ଢେଙ୍କିକୋଟ ମଧ୍ୟରେ ଥିବା ପିପିଳିଆ ଛକ ନିକଟରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟଥିବାବେଳେ ସ୍କୁଟି ପଛପଟେ ବସିଥିବା ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳେ ଉତ୍ତେଜନା ହେବା ସହିତ ରାସ୍ତା ରୋକ୍ କରିଛନ୍ତି ସ୍ଥାନୀୟ ଲୋକେ ।

you can also read..

wp:embed {"url":"https://www.prameyanews7.com/ganza-destroy-by-police-at-lamtaput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ganza-destroy-by-police-at-lamtaput/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.