ହକି ପାଇଁ SCBରେ ପ୍ରସ୍ତୁତି, ଷ୍ଟାଡିୟମ ପରିସରରେ ରହିବ ଆମ୍ୱୁଲାନ୍ସ
10/01/2023 at 2:18 PM

କଟକ ୧୦/୦୧: ହକି ବିଶ୍ୱକପ୍ ୨୦୨୩ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ବୁଧବାର ରଙ୍ଗାରଙ୍ଗ ସାଂସ୍କୃତି କାର୍ଯ୍ୟକ୍ରମରେ ଉଦଘାଟିତ ହେବ ପୁରୁଷ ହକି ବିଶ୍ୱକପ୍ । ସାମିଲ ହେବେ ବଲିଉଡର ନାମୀଦାମୀ ଷ୍ଟାର । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି ।
ତେବେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ scb ମେଡ଼ିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶେଷ କରି କୌଣସି ଅଘଟଣକୁ ଦୃଷ୍ଟିରେ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଷ୍ଟାଡିଅମ ପରିସରରେ ପ୍ରସ୍ତୁତ ରହିବ ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ୨ଜଣ ହେଲ୍ପର, ଜଣେ ଆନାସ୍ଥେସିଆ ଡାକ୍ତର, ଜଣେ ଫାର୍ମାସିଷ୍ଟ, ରହିବେ ।
ଏହାସହ Scbରେ ପ୍ରସ୍ତୁତ ରହିବ ଏକ ଟିମ୍ । ଏହି ଟିମରେ ରହିବେ କାଡ଼ିଓଲୋଜିଷ୍ଟ, ଆନାସ୍ଥେସିଆ, ମେଡ଼ିସିନ, ଅର୍ଥ ପ୍ରେଡିସିଆନ, ସର୍ଜନ, କାଜୁଆଲଟିର ଟ୍ରମା icuରେ ୧୦ଟି ବେଡ଼ ପ୍ରସ୍ତୁତ ରଖାଯାଇଛି । ୫୦ଟି ଜେନେରାଲ ବେଡ ଆଖି ବିଭାଗର ତୃତୀୟ ମହଲାରେ ପ୍ରସ୍ତୁତ କରି ରଖାଯାଇଛି ।