ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

SCBରେ ଶିଶୁ ନିଖୋଜକୁ ଘଟଣା, ଶିଶୁ କନ୍ୟା ଗାଏବ ପରେ ମିଳିଲା ପତ୍ତା

27/09/2022 at 11:13 AM

କଟକ ୨୭।୦୯ : ଏସସିବିରୁ ନିଖୋଜ ଶିଶୁ କନ୍ୟାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରସୂତି ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ନବଜାତ ଶିଶୁ କନ୍ୟା ଗତକାଲି ଅପରାହ୍ନରେ ହଠାତ ଗାଏବ ହୋଇ ଯାଇଥିଲ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏସସିବି କର୍ତ୍ତୃପକ୍ଷଙ୍କ ସହ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ଶିଶୁ କନ୍ୟାକୁ ନେଇ ଯାଇଥିବା ପରିବାର ଶିଶୁ କନ୍ୟାଟିକୁ ଆଣି ହସ୍ତାନ୍ତର କରିଛନ୍ତି ।

ତେବେ ସଂପୃକ୍ତ ପରିବାର ଓ ଏସସିବି କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ,  ନିଜର ନବଜାତକ ପୁଅ ବଦଳରେ ବାଉଳାରେ ଝିଅଟିକୁ ନେଇ ଯାଇଥିଲେ । କିନ୍ତୁ ଏକଥା ମଧ୍ୟ କୁହାଯାଉଛି ଯେ, ଏସସିବି ପ୍ରସୂତି ବିଭାଗ କର୍ତ୍ତୃପକ୍ଷ ଝିଅଟିକୁ ସଂପୃକ୍ତ ପରିବାରକୁ ହସ୍ତାନ୍ତର କରିଥିଲେ ଏବଂ ପରିବାରକୁ ଏକଥା ମଧ୍ଯ କହିଥିଲେ କି ପିଲାଟିର ହଗିସ୍ ଏବେ ଖୋଲିବ ନାହିଁ। ତେଣୁ ଘରେ ପହଞ୍ଚି ପରିବାର ଲୋକେ ହଗିସ ଖୋଲିବା ପରେ କନ୍ୟା ସନ୍ତାନ ଜାଣି ତାକୁ ଆଣି ଏସସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ସଂପୃକ୍ତ ପରିବାରର ନବଜାତକ ଶିଶୁ ପୁତ୍ରକୁ ଏସ.ସି.ବି କର୍ତ୍ତୃପକ୍ଷ ତାଙ୍କୁ ହସ୍ତାନ୍ତର କରୁନଥିବା ଅଭିଯୋଗ ହୋଇଛି। ଶିଶୁ ପୁତ୍ରଟି ନିଖୋଜ ଥିବା କଥା ମଧ୍ଯ ପରିବାର ଲୋକେ କହିଛନ୍ତି । ତେଣୁ ପୂରା ଘଟଣାରେ ପ୍ରସୂତି ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ଦେଖିବାକୁ ମିଳିଛି । ଘଟଣାରେ ୩ ଜଣଙ୍କୁ ଘଟକ ରଖି ତଦନ୍ତ କରୁଛି ପୋଲିସ । ସେପଟେ ଏସସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ମେଡିକାଲର କୌଣସି କର୍ମଚାରୀଙ୍କ ସଂପୃକ୍ତି ଜଣାପଡିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts