SCBରୁ ପିଲା ଚୋରି ଘଟଣା, ଜଣେ ସୁରକ୍ଷାକର୍ମୀ ବହିଷ୍କୃତ

Published By : Prameya-News7 Bureau | September 28, 2022 IST

କଟକ ୨୮।୦୯: କଟକ ଏସ୍‌ସିବି ପ୍ରସୂତି ବିଭାଗ ଆଇସିୟୁରୁ ପିଲାଚୋରି ଘଟଣା । କାର୍ଯ୍ୟରେ ଅବହେଳା ପାଇଁ ଏସ୍‌ସିବି କତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷୃତ କଲେ ମେଡିକାଲ କର୍ତ୍ତୃପକ୍ଷ । ସେହିପରି ଆଇସିୟୁ ଦାୟିତ୍ବରେ ଥିବା ୪ କର୍ମଚାରୀଙ୍କୁ ନୋଟିସ ହୋଇଛି ।

ଖବର ଅନୁଯାୟୀ, ଗତ ୨୬ ତାରିଖରେ ପ୍ରସୂତି ବିଭାଗରୁ ଚୋରି ହୋଇଥିଲା ଶିଶୁ କନ୍ୟା । ପୋଲିସ ଖୋଲତାଡ଼ ପରେ ଶିଶୁକନ୍ୟାକୁ ଫେରାଇଥିଲେ ଅଭିଯୁକ୍ତ ଦମ୍ପତ୍ତି । ଏହାପରେ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ମଙ୍ଗଳବାର ଦିନ ଗିରଫ କରିଥିବା ପୋଲିସ । ଏହାସହିତ ଅନ୍ୟ କିଛି ଜଣଙ୍କୁ ଅଟକ ରଖିଛି ପୋଲିସ । ଆଉ ଏବେ ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ବେଳେ ୪ଜଣ କର୍ମଚାରୀଙ୍କୁ ନୋଟିସ୍‌ କରିଛି ଏସ୍‌ସିବି କର୍ତ୍ତୃପକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.