SCB ଡାକ୍ତରଖାନାରେ କୋଭିଡ୍ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି; ଏବେ ସୁଦ୍ଧା ରହିଛି ୨୦ଟି ICU ବେଡ୍, ଖୋଲିବ ୪ଟି ୱାର୍ଡ
26/12/2022 at 8:12 PM

କଟକ ୨୬/୧୨: ଶ୍ରୀରାମ ଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ କୋଭିଡ ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି ବା ମଙ୍ଗଳବାର ଏଥିପାଇଁ ଡ୍ରିଲ ପ୍ରସ୍ତୁତି କରିବାକୁ ମଧ୍ୟ ଯୋଜନା ରହିଛି। ଚୀନ ସହିତ ଅନେକ ରାଷ୍ଟ୍ରରେ କୋଭିଡ୍ର ବିଏଫ୭ ଭ୍ୟାରିଆଣ୍ଟ ଚିନ୍ତା ବଢ଼ାଇଥିବା ବେଳେ ରାଜ୍ୟରେ ମଧ୍ୟ ପ୍ରସ୍ତୁତି ସମୀକ୍ଷା ହୋଇଛି। ଏସସିବି ପଲମୋନାରୀ ବିଭାଗ ଉପର ମହଲାରେ ୨୦ଟି କୋଭିଡ୍ ଆଇସିୟୁ ବେଡ୍ ପ୍ରସ୍ତୁତ କରାଯାଇଛି।
ପ୍ରତି କୋଭିଡ୍ ଓ୍ବାର୍ଡରେ ୨୪ ଘଣ୍ଟିଆ ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ ବ୍ୟବସ୍ଥା ମଧ୍ୟ ହୋଇଛି। ଏହାସହ ଯଥେଷ୍ଟ ପରିମାଣର ଔଷଧ ଏବଂ ଅମ୍ଳଯାନ ବ୍ୟବସ୍ଥା ଏସସିବିରେ ରହିଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଏସସିବିରେ ୪ଟି କୋଭିଡ୍ ଓ୍ବାର୍ଡ ସହ ଫିଭିର କ୍ଲିନିକ ମଧ୍ୟ ଖୋଲାଯିବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି। ତେବେ ଗତ ୨ ମାସ ମଧ୍ୟରେ ଏସିବିରେ ଜଣେ ହେଲେ କୋଭିଡ ରୋଗୀ ନାହାନ୍ତି। କିନ୍ତୁ ଆଗକୁ ରୋଗୀ ଆସିଲେ ଏସସିବି ପୁରା ପ୍ରସ୍ତୁତ ଥିବା କହିଛନ୍ତି ପ୍ରଶାସନିକ ଅଧିକାରୀ।