କରୋନା ମୁକାବିଲା ପାଇଁ ପ୍ରସ୍ତୁତ SCB ଡାକ୍ତରଖାନା; ରୋଗିଙ୍କୁ ମିଳିବ ୨୪ ଘଣ୍ଟିଆ ସେବା
27/12/2022 at 5:18 PM

କଟକ ୨୭/୧୨: ସମ୍ଭାବ୍ୟ କୋଭିଡ ସଂକ୍ରମଣକୁ ନଜର ରଖି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କୋଭିଡ୍ ଭିତ୍ତିଭୂମି ନିରୀକ୍ଷଣ କରିବାକୁ ମଙ୍ଗଳବାର ଏସସିବି କର୍ତ୍ତୃପକ୍ଷ ଚତୁର୍ଥ କରୋନା ଡାକ୍ତରଖାନାକୁ ପ୍ରସ୍ତୁତ କରାଯାଇଛି। ସେହି ଡାକ୍ତରଖାନାରେ ୧୫ଟି ଆଇସିୟୁ ବେଡ ସହିତ ୫ଟି ସାଧାରଣ ଶଯ୍ୟା ମଧ୍ୟ ରହିବ।
୨୦ଟି ବେଡ୍ ବିଶିଷ୍ଟ ଏହି ହସ୍ପିଟାଲର ପରିଚାଳନା ପାଇଁ ଏସସିବି ପଲମୋନାରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଦାୟିତ୍ବ ଦିଆଯାଇଛି। ୨୪ ଘଣ୍ଟିଆ ସେବା ଯୋଗାଇବାକୁ ୩ଟି ସିପ୍ଟରେ ଡାକ୍ତର, ନର୍ସ, ଓ ପାରା ମେଡ଼ିକାଲ ଷ୍ଟାଫମାନେ ମୁତୟନ ରହିବେ ବୋଲି ଏସସିବି ମେଡ଼ିକାଲ ପକ୍ଷରୁ କୁହାଯାଇଛି।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023