SCB ସମ୍ପ୍ରସାରଣ ପାଇଁ ଜବରଦଖଲ ହଟାଅ ପ୍ରକ୍ରିୟା ; ଡାକବାଜି ଯନ୍ତ୍ର ଯୋଗେ କରାଯିବ ପ୍ରଚାର

Published By : Prameya-News7 Bureau | January 27, 2020 IST

କଟକ ୨୭।୦୧ : କଟକ ଏସ୍‌ସିବି ହେବ ବିଶ୍ବସ୍ତରୀୟ ହସ୍‌ପିଟାଲ । ସେଥିପାଇଁ ରାଜ୍ୟ ସରକାର ଏକ ପ୍ଲାନ ପ୍ରସ୍ତୁତ କରିଛନ୍ତି । ମହାନଦୀରେ ବାଲି ଡ୍ରେଜିଂ କରି ଜମି ପୁନରଉଦ୍ଧାର ହୋଇଥିବା ସ୍ଥାନରୁ ୨୫ ଏକର ଜମି ଏସ.ସି.ବି ସଂପ୍ରସାରିତ କ୍ୟାମ୍ପସ ପାଇଁ ପ୍ରଦାନ କରାଯିବ । ଏଥିସହ ମେଡିକାଲ ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।

 ରବିବାର ଦିନ ଅଧିଗ୍ରହଣ ହେବାକୁ ଥିବା ଜାଗା ବୁଲି ଦେଖିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ କଟକ ଜିଲ୍ଲାପାଳ । ସେମବାର ଠାରୁ ଏସସିବି ମେଡିକାଲ ପରିସରରେ ରହୁଥିବା ଲୋକ ମାନେ ଘର ଖାଲି କରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯିବ । ଜନସାଧାରଣ ସ୍ବତଃ ପ୍ରବୃତ ଭାବେ ଜାଗା ଛାଡିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ କ୍ଷତିଗ୍ରସ୍ତଙ୍କ ପାଇଁ ସରକାର ଅର୍ଥ ରାଶି ଘେ।ଷଣା କରିଥିବା ବେଳେ ପ୍ରଥମେ ସେମାନଙ୍କୁ ନିମପୁର ନିକଟରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏସସିବି ମେଡିକାଲ ପରିସରରେ ଥିବା କଲୋନୀରେ ପ୍ରାୟ ୨୦୦ ପରିବାର ରହୁଛନ୍ତି । ତେବେ ସୋମବାର ଦିନ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଭେଟି କଲେ।ନୀ ବାସିନ୍ଦା କିଛି ଦିନ ସମୟ ମାଗିବେ ବୋଲି ସୂଚନା ରହିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.