ଚଳନ୍ତା ବାଇକରେ ଓଢଣୀ ଫସି ଦୁର୍ଘଟଣା: ମୁଣ୍ଡରେ ଗମ୍ଭୀର ଆଘାତ ବାଜି ଚାଲିଗଲା ମହିଳାଙ୍କ ଜୀବନ
9/09/2021 at 4:09 PM

ରାଞ୍ଚି ୦୯/୦୯ : ବାଇକ ଚେନରେ ଜଣେ ମହିଳାଙ୍କ ଓଢଣୀ ଫସି ଯିବାରୁ ଗୁରୁବାର ଦିନ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଓଢଣୀ ଫସିଯିବାରୁ ମହିଳା ରାସ୍ତାରେ ଓଲଟି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି। ମାମଲା ଜାମସେଦପୁର ସୋନାରୀ ଥାନା ଅନ୍ତର୍ଗତ ମାରିନ ଡ୍ରାଇଭ ସ୍ଥିତ ଦୁଇମୁହାଁ ନୂଆ ପୋଲ ନିକଟରେ ଘଟିଛି।
ପୋଟକାର କାଲିକାପୁରରେ ରହୁଥିବା ମହିଳା ରାଣୀ କୁମାରୀ (୩୨) ନିଜ ସ୍ୱାମୀ ମଃନେଦର କୁମ୍ଭକରଙ୍କ ସହ ବାଇକରେ କପାଳୀ ସ୍ଥିତ ନିଜ ମା’ ଘର କାଲିକାପୁରରୁ ନିଜ ଶାଶୂଘରକୁ ଯାଉଥିଲେ। ସାଙ୍ଗରେ ତାଙ୍କର ଦୁଇ ସନ୍ତାନ ମଧ୍ୟ ଥିଲେ, ଗୋଟିଏ ୪ ବର୍ଷର ଝିଅ ଓ ଦେଢ଼ ବର୍ଷର ପୁଅ। ଚଳନ୍ତା ବାଇକରେ ମହିଳାଙ୍କ ଓଢଣୀ ଚେନରେ ଫସି ଯାଇଥିଲା।
ଓଢଣୀ ଫସିଯିବାରୁ ମହିଳାଙ୍କୁ ଝଟକା ଲାଗିଲା ଓ ସେ ରାସ୍ତାରେ ଓଲଟି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ହୋଇଥିଲା। ମହିଳାଙ୍କୁ ଚିକିତ୍ସା ପାଇଁ ଟିଏମଏଚ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସୂଚନା ଅନୁଯାୟୀ, ରାଣୀ ବୁଧବାର ଦିନ ନିଜ ମା’ ଘରକୁ ଯାଇଥିଲେ ଓ ଗୁରୁବାର ଦିନ ଦୁଇ ସନ୍ତାନଙ୍କ ସହ ଶାଶୁ ଘରକୁ ଫେରୁଥିଲେ। ଫେରିବା ସମୟରେ ଦୁର୍ଘଟଣା ଘଟିଛି। ଟିକିଏ ଅସାବଧାନତା ଯୋଗୁଁ ଅସମୟରେ ମହିଳାଙ୍କ ଜୀବନ ଚାଲିଗଲା।