ସୀମା ଟପିଲା ଚଞ୍ଚକତା : ସ୍ଵଚ୍ଛ ଭାରତ ଯୋଜନାରେ ମିଳିଛି ଚଞ୍ଚକତାର ଚିତ୍ର, ତଦନ୍ତ କେବେ ?

Published By : Prameya-News7 Bureau | September 11, 2021 IST

ଭୁଦ୍ରକ ୧୧।୦୯: ସୀମା ଟପିଲା ଚଞ୍ଚକତା । ସରକାରୀ ଟଙ୍କାକୁ ଲୁଟ୍ କରିବାକୁ କଳ ବଳ କୌଶଳ ଲଗାଇଛନ୍ତି ବାବୁ ଏବଂ ଦଲାଲ । ତଳ ସ୍ତରରୁ ଉପର ଅଧିକାରୀଙ୍କ ପର୍ଯ୍ୟନ୍ତ ସବୁଠି ବାରି ହେଉଛି ଦୁର୍ନୀତିର ଗନ୍ଧ । ଭଦ୍ରକ ଜିଲ୍ଲାରେ ସ୍ଵଚ୍ଛ ଭାରତ ଯୋଜନାରେ ଦେଖିବାକୁ ମିଳିଛି ଚଞ୍ଚକତାର ଚିତ୍ର । ଆଉ ଏହାର ଏକ୍ସକ୍ଲୁସିଭ ତଥ୍ୟ ଲାଗିଛି ନ୍ୟୁଜ୍ ସେଭେନ ହାତରେ ।

ଖବର ଅନୁଯାୟୀ, ମୃତ ବ୍ୟକ୍ତିଙ୍କୁ ମଧ୍ୟ ଯୋଗ୍ୟ ହିତାଧିକାରୀ ଦର୍ଶାଇ ତାଙ୍କ ନାମରେ ସ୍ଵଚ୍ଛ ଭାରତ ଯୋଜନାରେ ପାଇଖାନା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛିି । ଏପରିକି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ମଧ୍ୟ ଉଠା ସରିଛି । କିନ୍ତୁ ସେହି ମୃତ ବ୍ୟକ୍ତିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ପାଇଖାନା ତିଆରି କରି ନାହୁଁ କି ଟଙ୍କାଟିଏ ମଧ୍ୟ ପାଇନାହୁଁ । ତିହିଡି ବ୍ଲକ ଶ୍ୟାମସୁନ୍ଦରପୂର ପଞ୍ଚାୟତରେ ୮୨୩ଟି ପାଇଖାନା ବଣ୍ଟନ ସହ କାମ ସରିଥିବା କୁହାଯାଉଛି ।

wp:html /wp:html

ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ୨୦୧୯ ରୁ ୨୧ ମସିହା ମଧ୍ୟରେ ପାଇଖାନା ଯୋଗାଇ ଦିଆଯାଇଛି । କିନ୍ତୁ ବାସ୍ତବତା ଅଲଗା । ନା କାହାକୁ ମିଳିଛି ଟଙ୍କା ନା ପାଇଖାନା । ଏମିତି ଅନେକ ମୃତ ହିତାଧିକାରୀଙ୍କ ନାଁରେ ଉଠିଛି ଟଙ୍କା । ତାହାଲେ ଏହି ଚଞ୍ଚକତା ପଛରେ କିଏ । ଚଞ୍ଚକତା କରି ଲୁଟ୍ ହୋଇଥିବା ଏହି ଟଙ୍କା କାହା ପକେଟକୁ ଯାଇଛି । କିଏ ହୋଇଛନ୍ତି ମାଲାମାଲ । ଏନେଇ ଲୋକେ ବିଡିଓ ଓ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି । ଆଉ ଜିଲ୍ଲାପାଳ କହିଛନ୍ତି ତଦନ୍ତ ପାଇଁ ପିଡିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ କୁ ଅପେକ୍ଷା କରିଛୁ । ଏଠି ଅପେକ୍ଷା ରହିଲା ଏହି ଦୁର୍ନୀତିର ତଦନ୍ତ କେବେ ହେଉଛି ଏବଂ ଦୁର୍ନୀତି କଥା ଯଦି ସତ ହୋଇଥିବା ତାହାଲେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.