WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାନାଡା ବ୍ୟାଙ୍କରେ ସାଂଘାତିକ ଘୋଟାଲା , ବ୍ୟାଙ୍କରୁ ଟଙ୍କା ନୁହେଁ ଗାଏବ ହୋଇଗଲା ଲକର

27/09/2023 at 7:25 PM

କଟକ 27/09 : ଲକର ଭିତରୁ ଚୋରି ହୋଇନାହିଁ ବରଂ ବ୍ୟାଙ୍କ ଭିତରୁ ପୂରା ଲକର ଗାଏବ। କଥାଟା  ବିଶ୍ୱାସ କରିବାଟା ମୁସ୍କିଲ ହୋଇପାରେ। କିନ୍ତୁ କଟକ ଚଣ୍ତୀଛକ ସ୍ଥିତ କାନାଡା ବ୍ୟାଙ୍କରେ ଏଭଳି ସାଂଘାତିକ ଘୋଟାଲା ହୋଇଥିବାର ଅଭିଯୋଗ ହୋଇଛି। ତେଣୁ ଏହି ଗୋଲକଧନ୍ଦାର ଗୁମର ଖୋଲିବାକୁ  ଆଜି ସି ବି ଆଇକୁ ତଦନ୍ତ ଭାର ଦେଇଛନ୍ତି ହାଇକୋର୍ଟ । ଚକିତ କଲାଭଳି ଏଭଳି ଠକେଇର ଶୀକାର ହୋଇଛନ୍ତି ଆଇନଜୀବୀ ହିମାଂଶୁ ପଟ୍ଟନାୟକ । ତାଙ୍କ ପକ୍ଷରୁ ଦାୟର ହୋଇଥିବା କ୍ରିମିନାଲ ମିସ୍‌କେସର ଶୁଣାଣି କରି ଆଜି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

Also Read- ଲକ୍ଷ୍ମୀ ଯୋଜନାକୁ ବିରୋଧ, ଆସନ୍ତା ୧୦ରେ ବସ୍‌ ଧର୍ମଘଟ

ଅଭିଯୋଗ ମୂତାବକ, ଆଇନଜୀବୀ ହିମାଂଶୁ ପଟ୍ଟନାୟକ ଚଣ୍ତୀଛକ କାନାଡା ବ୍ୟାଙ୍କରେ ଥିବା ନିଜର ଲକରକୁ ନୀୟମିତ ଭାବେ  ଅପରେଟ କରିଆସୁଥିଲେ । କିନ୍ତୁ ୨୦୧୭ ମସିହାରେ ତାଙ୍କୁ କୁହାଗଲାକି , ଏହି ବ୍ୟାଙ୍କରେ ତାଙ୍କର ଲକର ନାହିଁ । ଯାହା ଭିତରେ ପ୍ରାୟ ୧ କେଜିର ମୂଲ୍ୟବାନ ସୁନା ଗହଣା ସମେତ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମାନ ଥିଲା। ବାଧ୍ୟ ହୋଇ ସେ ଲକର ଇନଚାର୍ଜ ଇଗ୍ନିତା ଦାସଙ୍କ ନାଁରେ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦାୟର କରିଥିଲେ । କିନ୍ତୁ ପୁଲିସ ଠୋସ ପଦକ୍ଷେପ ନନେବା ହେତୁ ସେ ହାଇକୋର୍ଟଙ୍କ ଦ୍ବାରସ୍ତ ହେଲେ । ୨୦୧୯ ମସିହାରେ ଏହି ମହା ଠକେଇର ତଦନ୍ତ କରିବାଲାଗି କ୍ରାଇମବ୍ରାଞ୍ଚ EOW କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ତେବେ ଗତ ୩ ବର୍ଷ ଭିତରେ ଲକର ଠକେଇ ମାମଲା ଉପରୁ ପର୍ଦ୍ଦା ଉଠାଇ ପାରିଲାନାହିଁ EOW । ତେଣୁ ୨୦୨୨ ମସିହାରେ ଆଉଏକ ମିସକେସ ଦାୟର କରିଥିଲେ ହିମାଂଶୁ ପଟ୍ଟନାୟକ। ଯାହାର ରାୟ ଆଜି ପ୍ରକାଶ ପାଇଛି। ଲକର ଘୋଟଲାର ତଦନ୍ତ ଭାର ସିବିଆକୁ ହସ୍ତାନ୍ତର କରିବାଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଏହା ଭିତରେ ଖାଉଟି ଅଦାଲତରେ ହିମାଂଶୁଙ୍କର ଜିତାପଟ ହୋଇସାରିଛି । କ୍ଷତିପୂରଣ ବାବଦରେ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇସାରିଛନ୍ତି ।

ଗିରଫଦାରୀକୁ ଏଡାଇବାଲାଗି ଅଭିଯୁକ୍ତ ବ୍ୟାଙ୍କ ଅଧିକାରୀ ହାଇକୋର୍ଟରେ ଆଗୁଆ ଜାମିନ୍‌ ଲୋଡିଥିଲେ । ଯାହା ଖାରଜ ହୋଇସାରିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା , ଏଯାଏଁ ପୁଲିସ ତାଙ୍କୁ ଗିରଫ କରିନାହିଁ। ତେଣୁ ଏହି ଘୋଟାଲାରେ ହୁଏତ ପୁଲିସର ବି ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ ହେବାଟା ସ୍ୱାଭାବିକ ।   ଏବେ ଅପେକ୍ଷା ରହିଲା , ଲକର ଠକେଇର ରହସ୍ୟ କେବେ ଉନ୍ମୋଚିତ ହେଉଛି । ଆଉ କେବେ ସି ବି ଆଇ ପଞ୍ଝାକୁ ଆସିବେ ଏଭଳି ଗୋଲକଧନ୍ଦାର କାର୍ପଟଦାର ମାନେ ?

   Related Posts