ଶ୍ରୀମନ୍ଦିର ସଂସ୍କାର ମାମଲା ଉପରେ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ

Published By : Prameya-News7 Bureau | October 25, 2019 IST

ନୂଆଦିଲ୍ଲୀ ୨୫।୧୦: ଶ୍ରୀମନ୍ଦିର ସଂସ୍କାର ମାମଲା ଉପରେ ଆଜି ରାୟ ଦେବେ ସୁପ୍ରିମକୋର୍ଟ । ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତା ୩ ଜଣିଆ ଖଣ୍ଡପୀଠ ଗତ ମଙ୍ଗଳବାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆମିକସ୍ କ୍ୟୁରି ରଞ୍ଜିତ କୁମାର ଦେଇଥିବା ରିପୋର୍ଟ ଏବଂ ପୁରୀ ଜିଲ୍ଲା ଜଜ୍ ଙ୍କ ସୁପାରିଶକୁ ଆଧାର କରି ଆଜି କୋର୍ଟ ରାୟ  ଶୁଣାଇବେ ।

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ଏହା ଉପରେ ସବୁବେଳେ ଗୁରୁତ୍ବ ଦିଆଯାଇଛି । ତେଣୁ ଆଜି କୋର୍ଟ କଣ ରାୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ମନ୍ଦିର ଭିତରେ ହେଉଥିବା ରୀତିନୀତିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି  । ମୃଣାଳିନୀ ପାଢୀ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମୂଳ ମାମଲା ଦାଖଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.