ନୂଆଦିଲ୍ଲୀ ୯।୧୧: ଅଯୋଧ୍ୟା ମାମଲାରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।
ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ନିର୍ମୋହି ଆଖଡାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ନିର୍ମୋହି ଆଖଡାର ସେବାୟତ ଅଧିକାର ନାହିଁ । ଖାଲି ଜାଗାରେ ନିର୍ମାଣ ହୋଇନଥିଲା ବାବ୍ରି ମସଜିଦ୍ । ରିପୋର୍ଟରେ ମନ୍ଦିର କଥା ଉଲ୍ଲେଖ କରିଛନ୍ତି ଏଏସଆଇ । ଏଏସଆଇ ରିପୋର୍ଟରେ ମସଜିଦ କଥା ଉଲ୍ଲେଖ ନାହିଁ । ଆସ୍ଥା ଓ ବିଶ୍ବାସକୁ ନେଇ କୌଣସି ବିବାଦ ହେବା ଉଚିତ୍ ନୁହେଁ । ଏଏସଆଇ ରିପୋର୍ଟ ଅନୁଯାୟୀ ଦ୍ବାଦଶ ଶତାଦ୍ବୀରେ ମନ୍ଦିର ପ୍ରତିଷ୍ଠା । ରିପୋର୍ଟ ଅନୁସାରେ ଗମ୍ବୁଜ ତଳେ ରହିଛି ମନ୍ଦିର । ଦ୍ବାଦଶ ଓ ଷୋଡଶ ଶତାଦ୍ବୀରେ ଏଠାରେ କଣ ଥିଲା ପ୍ରମାଣ ନାହିଁ । ଜମି ଉପରେ ମୁସଲିମଙ୍କର ବିଶେଷ ଅଧିକାରୀ ନାହିଁ । ଗର୍ଭ ଗୃହରେ ପୂଜା କରୁଥିଲେ ହିନ୍ଦୁ । ୧୮୫୭ ପୂର୍ବରୁ ପୂଜା କରୁଥିଲେ ହିନ୍ଦୁ । ଇଂଗ୍ରେସ ଶାସନ କାଳରେ ନମାଜ ପାଠର ପ୍ରମାଣ ନାହିଁ ।