ଆଜି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ବିନୟ ଶର୍ମାର ଆବେଦନର ଶୁଣାଣି, ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ ୧୩।୨: ଆଜି ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଦୋଷୀ ବିନୟ ଶର୍ମା ଆବେଦନ ଉପରେ ଶୁଣାଣି ହେବ । ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ଦୋଷୀ ବିନୟ ଶର୍ମା । ଏହା ଉପରେ ଆଜି ସୁପ୍ରିମକୋର୍ଟର ଜଷ୍ଟିସ୍ ଭାନୁମତି ଖଣ୍ଡପୀଠ ଶୁଣାଣି କରିବେ ।

ଅନ୍ୟପଟେ ୪ ଦୋଷୀଙ୍କ ବିରୋଧରେ ତୁରନ୍ତ ଡେଥ୍ ଓ୍ବାରେଣ୍ଟ ଜାରି କରିବା ନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟକୁ ଅନୁରୋଧ କରିଥିଲେ । କୋର୍ଟ ବୁଧବାର ଦିନ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ ।

ଏହା ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ତିହାର ଜେଲ୍ ପ୍ରଶାସନ ୪ ଅଭିଯୁକ୍ତଙ୍କ ପାଇଁ ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରିବାକୁ ନେଇ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲ । କୋର୍ଟ କହିଥିଲେ ଯେ, ଯଦି ଦୋଷୀଙ୍କୁ ଜୀବିତ ରଖିବାକୁ ଆଇନ ସମ୍ମତି ପ୍ରକାଶ କରୁଛି ତେବେ ସେମାନଙ୍କୁ ଫାଶୀ ଦେବା ପାପ ।

୪ ଦୋଷୀଙ୍କ ମଧ୍ୟରୁ କେବଳ ପୱନ କୁମାରର ପୁନର୍ବିଚାର ଆବେଦନ ଓ ରାଜକ୍ଷମା ଆବେଦନ କରିବାକୁ ବାକି ରହିଥିବାବେଳେ ଅନ୍ୟ ୩ଜଣଙ୍କର ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଛି। ତେଣୁ ପୱନ ଗୁପ୍ତାକୁ ଆଇନଗତ ସହାୟତା ଯୋଗାଇ ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଦୋଷୀମାନଙ୍କ ଫାଶୀ ଘୁଞ୍ଚି ଘୁଞ୍ଚି ଯାଉଥିବାରୁ ନିର୍ଭୟାଙ୍କ ମା’ ଆଶାଦେବୀ ଦୁଃଖ ଓ ନିରାଶାରେ ଭାଙ୍ଗି ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.