ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ ପଡିବ ବଳି ! ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

Published By : Prameya-News7 Bureau | October 17, 2020 IST

କଳାହାଣ୍ଡି ୧୭।୧୦: କଳାହାଣ୍ଡିର ଇଷ୍ଟ ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ ପଶୁ ଓ ପକ୍ଷୀ ବଳିକୁ ନେଇ ହାଇକୋର୍ଟର ରାୟକୁ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି ।

{"id":346005,"sizeSlug":"large"}

୨୦୧୭ ମସିହାରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କଳାହାଣ୍ଡିର ଆରଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରାରେ ଚାଲିଥିବା ବଳି ପ୍ରଥାକୁ ରୋକିବା ସହ ଜିଲ୍ଲା ପ୍ରଶାସନକୁ ଏଥିରୁ ଭକ୍ତଙ୍କୁ ନିବୃତ ରଖିବାକୁ ରାୟ ଶୁଣାଇଥିଲେ ।

{"id":346006,"sizeSlug":"large"}

ଯାହାକୁ କଳାହାଣ୍ଡି ଜିଲ୍ଲାର ସ୍ଥାନୀୟ ଅବେଦନକାରୀ ଭବାନୀଶଙ୍କର ନିଆଲ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟର ରାୟ ଉପରେ ରହିତାଦେଶ ଜାରି କରି ଯଥାପୂର୍ବ ଛତର ଯାତ୍ରା ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ ଆବେଦନକାରୀ ଓ କଳାହାଣ୍ଡିବାସୀ ଏହାକୁ ସ୍ବାଗତ ଜଣାଇଛନ୍ତି ।

{"id":346009,"sizeSlug":"large"}

ଆସନ୍ତା ଆକ୍ଟୋବର ୨୪ ତାରିଖରେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । ବର୍ତ୍ତମାନ ଭବାନୀପାଟଣା ସହର ସମେତ କଳାହାଣ୍ଡି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ଚଳିତ ବର୍ଷ ଭକ୍ତଙ୍କ ସମାଗମ ତଥା ଶୋଭାଯାତ୍ରା ବିନା ଛତର ଯାତ୍ରା ସଂପନ୍ନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନେଇଥିଲେ ।

{"id":346008,"sizeSlug":"large"}

ବର୍ତ୍ତମାନ ସୁପ୍ରିମକୋର୍ଟର ରାୟ ପରେ ଚଳିତ ବର୍ଷ ଛତର ଯାତ୍ରା ବିନା ଭକ୍ତରେ ପାଳନ ହେବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.