କଏଦୀଙ୍କୁ ମତଦାନର ଅଧିକାର, ପିଆଇଏଲ ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | October 31, 2022 IST

ନୂଆଦିଲ୍ଲୀ: ଦେଶର ଜେଲରେ ବନ୍ଦୀ କଏଦୀଙ୍କୁ ମତଦାନ ଅଧିକାର ଦେବା ପାଇଁ ଦାବି ଉଠିଛି । ଏହାକୁ ନେଇ ଦାଖଲ ହୋଇଥିବା ଜନହିତ ଯାଚିକା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଛନ୍ତି ।

ପିଆଇଏଲ ଜରିଆରେ ଜନପ୍ରତିନିଧି ଆଇନରେ କଏଦୀଙ୍କୁ ମତଦାନ ଅଧିକାରଠାରୁ ବଞ୍ଚିତ କରୁଥିବା ପ୍ରାବଧାନର ବୈଦ୍ଧତା ଉପରେ ଚ୍ୟାଲେଞ୍ଜ କରାଯାଇଛି । ପ୍ରଧାନ ବିଚରାପତି ନ୍ୟାୟମୂର୍ତ୍ତି ୟୁୟୁ ଲଲିତ, ଜଷ୍ଟିସ ଏସ.ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ବେଲା ଏମ.ତ୍ରିବେଦୀଙ୍କ ଖଣ୍ଡପୀଠ ଆଇନଜୀବୀ ଜୋହେବା ହୁସେନଙ୍କ ଯାଚିକା କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ  ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି ।

୨୦୧୯ ମସିହାରେ ଆଦିତ୍ୟ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ଏହି ଯାଚିକା ଦାଖଲ କରିଥିଲେ । ସେ ସମୟରେ ନ୍ୟାସନାଲ ଲ ୟୁନିଭର୍ସିଟିର ଛାତ୍ର ଥିଲେ । ଯାଚିକାରେ ଜନପ୍ରତିନିଧି ଆଇନର ଧାରା ୬୨(୫)ର ବୈଦ୍ଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ଧାରାରେ ଜେଲରେ ବନ୍ଦୀ ଥିବା ବ୍ୟକ୍ତି ମତଦାନରୁ ବଞ୍ଚିନ୍ତ ରୁହନ୍ତି । ଆସନ୍ତା ଡିସେମ୍ୱର ୨୯ରେ ଏହି ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଶୁଣାଣି କରିବେ ।

ଜନପ୍ରତିନିଧି ଆଇନର ଏହି ଧାରା ଅନୁସାରେ ଜେଲରେ ବନ୍ଦୀ ଥିବା କୌଣସି ବ୍ୟକ୍ତି ମତଦାନ କରିପାରିବେ ନାହିଁ । ବ୍ୟକ୍ତିଙ୍କୁ ଜେଲ ଦଣ୍ଡ ମିଳିଥାଉ, ଟ୍ରାଞ୍ଜିଟ ରିମାଣ୍ଡରେ ରୁହନ୍ତୁ କିମ୍ୱା ପୋଲିସ ହେପାଜତରେ ରହୁନ୍ତୁ, ସେ ମତଦାନ ପାଇଁ ଯୋଗ୍ୟ ହେବେ ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.