ପ୍ରାର୍ଥୀଙ୍କୁ ଭୋଟରଙ୍କ ତାଲିକା ପ୍ରଦାନ ବିରୋଧରେ ଯାଚିକା, କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

Published By : Prameya-News7 Bureau | October 25, 2022 IST

ନୂଆଦିଲ୍ଲୀ: ମତଦାତା ପଞ୍ଜିକରଣ ନିୟମ ୧୯୬୦ର କିଛି ପ୍ରାବଧାନକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଯାଚିକା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଏହା ଅଧିନରେ ନିର୍ବାଚନ ଆୟୋଗ ପ୍ରତିଟି ପ୍ରାର୍ଥୀଙ୍କୁ ମତଦାତା ସୂଚୀର ଦୁଇଟି କପି ଦେବାକୁ ବାଧ୍ୟ ଅଟନ୍ତି । ଦୁଇ ଆଇନଜୀବୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଜନହିତ ଯାଚିକାରେ ଅଧିକ ଖର୍ଚ୍ଚ ସହ ବଡ ପରିମାଣର କାଗଜ ସଞ୍ଚୟ ପାଇଁ ଏକ ବିକଳ୍ପର ଦାବି କରାଯାଇଛି । ଏଥିରେ ଅଭିଯୋଗ କରାଯାଇଛି ଯେ ଭୋଟରଙ୍କ ସୂଚୀ ଛାପିବା ଏବଂ ନିର୍ବାଚନ ଲଢୁଥିବା ମାନ୍ୟତା ପ୍ରାପ୍ତ ଦଳର ପ୍ରାର୍ଥୀଙ୍କୁ ମାଗଣାରେ ଉପଲବ୍ଧ କରାଇବା ପାଇଁ ପ୍ରାୟ ଦେଶକୁ ୪୭.୮୪ କୋଟି ଟଙ୍କାର ବୋଝ ପଡୁଛି । ଏହାଦ୍ୱାରା ଦେଶକୁ ଅତିରିକ୍ତ ଆର୍ଥିକ ବୋଝ ସହିବାକୁ ପଡୁଛି ।

ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଯାଚିକା ଉପରେ କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି । ନୋଟିସରେ କୁହାଯାଇଛି, ଏହି ନିୟମ ଅନୁସାରେ ପ୍ରାର୍ଥୀଙ୍କୁ ଦୁଇଟି କପି ଯୋଗାଇବା ପାଇଁ ନିର୍ବାଚନ ଆୟୋଗ ବାଧ୍ୟ । ଗତ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୪୭,୮୪,୩୮,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏଥିପାଇଁ ଏହି ନିୟମର ବୈଧତାର ଉପରେ ପ୍ରଶ୍ନ ଉଠାଯାଉଛି ତେଣୁ ଏହାର ଅନ୍ୟ ଏକ ବିକଳ୍ପ ବାହାର କରାଯାଉ । ଯାହାଦ୍ୱାରା ଖର୍ଚ୍ଚ ସହ କଗଜର ଉପଯୋଗ କମାଯାଇ ପାରିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.