AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ସୁପ୍ରିମକୋର୍ଟରୁ ଗୁଗଲକୁ ବଡ଼ ଝଟକା, ସପ୍ତାହ ଭିତରେ ଦେବାକୁ ପଡିବ ଜରିମାନାର ୧୦% ରାଶି

19/01/2023 at 10:50 PM

ନୂଆଦିଲ୍ଲୀ: ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା ଆୟୋଗ (CCI) ଏବଂ ଗୁଗଲ ମଧ୍ୟରେ ଜାରି ଆଇନଗତ ଲଢେଇରେ ଆମେରିକୀୟ କମ୍ପାନିକୁ ବଡ଼ ଝଟକା ଲାଗିଛି । ସିସିଆଇ ଦ୍ୱାରା ଗୁଗଲ ଉପରେ ଲାଗୁ କରାଯାଇଥିବା କଟକଣାକୁ ସୁପ୍ରିମକୋର୍ଟ ଠିକ୍ ଦର୍ଶାଇବା ସହ ନ୍ୟାସନାଲ କମ୍ପାନି ଲ’ ଅପିଲେଟ୍ ଟ୍ରିବ୍ୟୁନାଲ ଦ୍ୱାରା ପାରିତ ଆଦେଶ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି । ସୂଚନା ଥାଉକି ଏନସିଏଲଏଟି ମଧ୍ୟ ସିସିଆଇର ଜରିମାନା ନିଷ୍ପତ୍ତିକୁ ସଠିକ୍ ଦର୍ଶାଇଥିଲା । ଏହାସହ କୋର୍ଟ ଗୁଗଲକୁ ୧,୩୩୭ କୋଟି ଟଙ୍କାର ଜରିମାନାରୁ ୧୦ ପ୍ରତିଶତ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ବିରୋଧ କରି ଗୁଗଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଏବଂ ଏଠାରେ ମଧ୍ୟ ଏହି ଟେକ୍ କମ୍ପାନିକୁ ଝଟକା ଲାଗିଛି ।

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସିସିଆଇର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରି ଗୁଗଲକୁ ଗୋଟିଏ ସପ୍ତାହର ସମୟ ଦେଇଛନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ଗୁଗଲକୁ ଜରିମାନାର ୧୦ ପ୍ରତିଶତ ରାଶି ଦେବାକୁ ପଡିବ । ଏହାସହ ଗୁଗଲର ଯାଚିକାକୁ ପୁଣି ଥରେ ଏନସିଏଲଏଟି ନିକଟରୁ ଫେରାଇ ଦେଇଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ଏହି ମାମଲା ଉପରେ ନିଷ୍ପତ୍ତି ନେବା ପାଇଁ ଏନସିଏଲଏଟିକୁ ନିର୍ଦ୍ଦେଶ ଦେଇଛନ୍ତି ।  

ଉଲ୍ଲେଖଯୋଗ୍ୟ ଯେ, ମୋବାଇଲ ଇକୋସିଷ୍ଟମରେ ନିଜର ଉପସ୍ଥିତିର ଦୁରୁପଯୋଗ ନେଇ ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା ଆୟୋଗ (ସିସିଆଇ) ଗୁଗଲ ଉପରେ ଜରିମାନା ଲାଗୁ କରିଥିଲା । ସିସିଆଇ ଗତ ବର୍ଷ ଅକ୍ଟୋବର ମାସରେ ଗୁଗଲ ଉପରେ ନିୟମ ଉଲ୍ଲଂଘନର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି କମ୍ପାନି ଉପରେ ୨୨୦୦ କୋଟି ଟଙ୍କାର ଜରିମାନା ଲଗାଇଥିଲା । ଏଥରୁ ୧,୩୩୭.୭୬ କୋଟି ଟଙ୍କା ଆଣ୍ଡ୍ରଏଡ୍ ପ୍ରଣାଳୀରେ ନିଜ ଉପସ୍ଥିତିର ଦୁରୁପଯୋଗ ଏବଂ ୯୩୬ କୋଟି ଟଙ୍କାର ଜରିମାନା ପ୍ଲେ ଷ୍ଟୋର ସହ ଜଡିତ ନୀତିକୁ ନେଇ ଲଗାଇଥିଲା ।

   Related Posts