୨୦୧୪ର ପେନସନ ଯୋଜନାକୁ ଜାରି ରଖିଲେ ସୁପ୍ରିମକୋର୍ଟ, ଏହି ସବୁ କର୍ମଚାରୀଙ୍କ ପାଇଁ ଖୁସିର ଖବର

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ: ୨୦୧୪ର ସଂଶୋଧିତ କର୍ମଚାରୀ ପେନସନ ଯୋଜନାର ବୈଧତାକୁ ବଳବତ୍ତର ରଖିଛନ୍ତି ଉଚ୍ଚତମ ନ୍ୟାୟାଳୟ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମାସିକ ୧୫ ହଜାର ଟଙ୍କିଆ ବେତନ ସୀମାକୁ ରଦ୍ଦ କରିଛନ୍ତି। ୨୦୧୪ରେ ସଂଶୋଧନ ପରେ ମୂଳ ବେତନ ଏବଂ ମହଙ୍ଗାଇ ଭତ୍ତାକୁ ମିଶାଇ ଯେଉଁ କର୍ମଚାରୀଙ୍କ ମାସିକ ବେତନ ୧୫ ହଜାର ଟଙ୍କା ଥିଲା ସେମାନଙ୍କୁ ପେନସନରେ ଯୋଜନାରେ ସାମିଲ୍ କରାଯାଇପାରିବ ବୋଲି ନିଷ୍ପତ୍ତି ହୋଇଥିଲା।ଏଥିରୁ ଅଧିକ ବେତନ ପାଉଥିବା କର୍ମଚାରୀଙ୍କୁ ଯୋଜନାରେ ସାମିଲ୍ ହେବାକୁ ହେଲେ ଅତିରିକ୍ତ ୧.୧୬ ଯୋଗଦାନ ଦେବାର ନିୟମ କରାଯାଇଥିଲା।

ସଂଶୋଧନ ପୂର୍ବରୁ ସର୍ବାଧିକ ପେସନନ ପ୍ରତି ମାସ ୬୫୦୦ ଟଙ୍କା ରହିଥିଲା। ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଧ ବୋସ୍ ଏବଂ ବିଚାରପତି ସୁଧାଂଶୁ ଧୁଲିଆଙ୍କ ପୀଠ ଆଜି ଏହି ମାମଲା ଉପରେ ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଯେଉଁ କର୍ମଚାରୀ ପେନସନ ଯୋଜନାରେ ସାମିଲ୍ ହେବାର ବିକଳ୍ପ ଚୟନ କରି ନାହାନ୍ତି, ସେମାନଙ୍କୁ ଛଅ ମାସ ଭିତରେ ଯୋଜନାରେ ସାମିଲ୍ ହୋଇ ପାରିବେ।

ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଯେଉଁ ଯୋଗ୍ୟ କର୍ମଚାରୀ ଯୋଜନାରେ ସାମିଲ୍ ହୋଇ ପାରି ନାହାନ୍ତି, ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ଉଚିତ୍। କେରଳ, ରାଜସ୍ଥାନ ଏବଂ ଦିଲ୍ଲୀର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପାରିତ ନିଷ୍ପତ୍ତିରେ କୌଣସି ସ୍ପଷ୍ଟତା ନଥିଲା। ପୀଠ ୨୦୧୪ର ସେହି ନିଷ୍ପତ୍ତିକୁ ଅମାନ୍ୟ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ, ୧୫୦୦୦ ଟଙ୍କାରୁ ଅଧିକ ବେତନ ଉପରେ କର୍ମଚାରୀଙ୍କୁ ୧.୧୬ ପ୍ରତିଶତର ଅତିରିକ୍ତ ଯୋଗଦାନ ଦେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.