ହେମନ୍ତ ସୋରେନଙ୍କ ମାମଲାରେ ଇଡିକୁ ଝଟକା; ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିବା ଅବେଦନ ସୁପ୍ରିମକୋର୍ଟରେ ଖାରଜ୍

Published By : Prameya-News7 Bureau | July 29, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ବସ୍ତି । ହେମନ୍ତ ସୋରେନଙ୍କ ଜାମିନ୍ ବିରୋଧରେ ଦାୟର ହୋଇଥିବା ଇଡି ଆବେଦନ ଖାରଜ ।  ଯାଚିକାର ଶୁଣାଣି କରିବାକୁ ନା କଲେ ସୁପ୍ରିମକୋର୍ଟ । ଝାଡ଼ଖଣ୍ଡ ହାଇକୋର୍ଟଙ୍କ ରାୟ ଉପରେ ଦଖଲ ଦେବାକୁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହା ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଦାୟର ହୋଇଥିବା ଯାଚିକାକୁ ଖାରଜ୍ କରିଛନ୍ତି କୋର୍ଟ । 

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ହେମନ୍ତ ସୋରେନଙ୍କ ଜାମିନକୁ ବିରୋଧ କରି ଇଡି ଟିମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶୁଣାଣି ବେଳେ ଇଡି ପକ୍ଷରୁ ଓକିଲ କହିଥିଲେ, ଯାଞ୍ଚ ବେଳେ ହେମନ୍ତ ସୋରେନଙ୍କ ମୁଖପାତ୍ର ଅଭିଷେକ୍ ପ୍ରସାଦ ମାନିଥିଲେ ଯେ, ଜମି ଦୁର୍ନୀତି ମାମଲା ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଛନ୍ତି ମୁଖ୍ୟମନ୍ତ୍ରୀ । ଜମିର ମାଲିକାନା ପରିବର୍ତ୍ତନ ପାଇଁ ଜେଏମଏମ ସୁପ୍ରିମୋ ନିର୍ଦ୍ଦେଶ ଦେଇଥିଲେ । ଇଡି ଅଭିଯୋଗ କରିଛି, ୮.୮୬ ଏକର ଜମି ବେଆଇନ ଭାବେ କବଜା କରିଛନ୍ତି । ଯାଞ୍ଚ ଏଜେନ୍ସି ମାର୍ଚ୍ଚ ୩୦ ତାରିଖରେ ହେମନ୍ତ ସୋରେନ, ଅଭିଷେକ୍ ପ୍ରସାଦ, ପ୍ରିଣ୍ଟମ୍ୟାନ୍ ରାଜକୁମାର ପାହନ ଏବଂ ହିଲାରିୟାସ କତ୍ସ୍ୟପ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ବିନୋଦ ସିଂହଙ୍କ ବିରୋଧରେ ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ଅଭିଯୋଗ ପତ୍ର ଦାଖଲ କରିଥିଲା । 

ଏହି ମାମଲାରେ ହେମନ୍ତ ସୋରେନ ଜାମିନ୍ ପାଇଁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଉଚ୍ଚ ଅଦାଲତର ନ୍ୟାୟମୂର୍ତ୍ତି ରଙ୍ଗନ ମୁଖୋପାଧ୍ୟୟଙ୍କ ଏକକ ଖଣ୍ଡପୀଠ ମାମଲାର ଶୁଣାଣି କରି ସର୍ତ୍ତମୂଳକ ଜମିନ ପ୍ରଦାନ କରିଛନ୍ତି । କୋର୍ଟ କହିଲେ, ହେମନ୍ତ ସୋରେନଙ୍କ ପିଏମଏଲଏ ମାମଲାରେ ଦୋଷୀ ନୁହନ୍ତି । ତେଣୁ ତାଙ୍କୁ ଜାମିନକୁ ଅଟକାଯାଇ ପାରିବ ନାହିଁ । ଯାହାକୁ ବିରୋଧ କରିଥିଲା ଇଡି ...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.