କେରଳ ସରକାରଙ୍କୁ ଝଟକା, କନ୍ନୁର ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ପୁନର୍ନିଯୁକ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କନ୍ନୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପୁନର୍ନିଯୁକ୍ତିକୁ ରଦ୍ଦ କରିବା ପାଇଁ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ପୁନର୍ନିଯୁକ୍ତି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ କାରଣରୁ ରଦ୍ଦ ହୋଇଛି । କୋର୍ଟଙ୍କ ଏହି ରାୟ କେରଳ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।

ସୁପ୍ରିମକୋର୍ଟ ଗୁରୁବାର କନ୍ନୁର ବିଶ୍ୱବିଦ୍ୟାଳୟର କୁଳପତି ରୂପେ ଡା.ଗୋପୀନାଥ ରବିନ୍ଦ୍ରନଙ୍କ ପୁନର୍ନିଯୁକ୍ତକୁ ଚ୍ୟାଲେଞ୍ଜ କରାଯାଇଥିବା ଯାଚିବା ଉପରେ ନିଜ ରାୟ ଶୁଣାଇଛନ୍ତି । କନ୍ନୁର ବିଶ୍ୱବିଦ୍ୟାଳୟ ସିନେଟ ସଦସ୍ୟ ଡ.ପ୍ରେମଚନ୍ଦ୍ରନ କିଜୋଥ ଓ ଏକାଡେମୀ ପରିଷଦ ସଦସ୍ୟ ସିନୋ ପି ଯୋଶ, ଗୋପୀନାଥ ରବିନ୍ଦ୍ରନଙ୍କ ପୁନର୍ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ଏହାସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ପଢନ୍ତୁ: ଉଦୟନାଥ ଷ୍ଟାଲିନ୍ ଆଶ୍ବସ୍ତ; ସନାତନ ଧର୍ମ ଟିପ୍ପଣୀରେ ବିଚାର କରିବାକୁ ମନା କଲେ ସୁପ୍ରିମକୋର୍ଟ

ଶୁଣାଣି ସମୟରେ କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ୬୦ରୁ ବର୍ଷ ବୟସ ବ୍ୟକ୍ତିଙ୍କୁ ପୁଣି ଥରେ ଭିସି କିପରି ନିଯୁକ୍ତ କରାଯାଇପାରିବ । କନ୍ନୁର ବିଶ୍ୱବିଦ୍ୟାଳୟ ନିୟମ ଅନୁସାରେ ୬୦ ବର୍ଷରୁ ଅଧିକ ବୟସର କୌଣସି ବ୍ୟକ୍ତିଙ୍କୁ କୁଳପତି ରୂପେ ନିଯୁକ୍ତି ଦିଆଯାଇପାରି ନାହିଁ । ସୁପ୍ରିମକୋର୍ଟରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ମଧ୍ୟ ପୁନର୍ନିଯୁକ୍ତିକୁ ଜୋରଦାର ବିରୋଧ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.