Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଏବେ ମୁମ୍ବାଇର ଦୁଇ ଅଲଗା ଅଲଗା ଜେଲରେ ରହିବେ ୟୁନିଟେକ୍ ଚନ୍ଦ୍ରା ବ୍ରଦର୍ସ, ତିହାର ଜେଲ କର୍ତ୍ତୃପକ୍ଷଙ୍କ ହେବ ପୋଲିସ ତଦନ୍ତ, ଜାଣନ୍ତୁ କାହିଁକି ?

26/08/2021 at 6:46 PM

ନୂଆଦିଲ୍ଲୀ ୨୬।୮: ସୁପ୍ରିମକୋର୍ଟ ଗୁରୁବାର ୟୁନିଟେକ୍‌ ସଂସ୍ଥାପକ ରମେଶ ଚନ୍ଦ୍ରାଙ୍କ ଦୁଇ ନିର୍ଦ୍ଦେଶକ ପୁତ୍ର ଅଜୟ ଚନ୍ଦ୍ରା ଓ ସଞ୍ଜୟ ଚନ୍ଦ୍ରାଙ୍କୁ ଗୁରୁବାର ଦିଲ୍ଲୀ ତିହାର ଜେଲରୁ ମୁମ୍ବାଇର ଦୁଇଟି ଅଲଗା ଅଲଗା ଜେଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଚାରବିଭାଗୀୟ ହାଜତରେ ଥିବା ବେଳେ ସେମାନଙ୍କୁ ସହାୟତା କରିଥିବା ଜେଲ କର୍ମଚାରୀ ଓ ଅଧିକାରୀଙ୍କ ତଦନ୍ତ କରି ୪ ସପ୍ତାହରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ସୁପ୍ରିମକୋର୍ଟ ୟୁନିଟେକ ଲିମିଟେଡର ଆର୍ଥିକ ହେରଫେର ମାମଲାର ଶୁଣାଣି କରୁଥିବା ବେଳେ ଇଡି ଏହାର ଭୂମିଗତ ଗୁପ୍ତ କାର୍ଯ୍ୟାଳୟର ପର୍ଦ୍ଦାଫାସ କରିଥିଲେ। ସମୟ ସମୟରେ ପାରୋଲ ଓ ଜାମିନରେ ଯାଇ ସଂସ୍ଥାର ନିର୍ଦ୍ଦେଶକମାନେ ଏହି କାର୍ଯ୍ୟାଳୟ ବ୍ୟବହାର କରିଥିବା ନେଇ ଇଡି ଚାଞ୍ଚଲ୍ୟକର ତଥ୍ୟ କୋର୍ଟରେ ଉପସ୍ଥାପନ କରିଛନ୍ତି। ଏହା ଛଡା କୋଟି କୋଟି ଟଙ୍କା ଆର୍ଥିକ ହେରଫେର ମାମଲାରେ ସମ୍ପୃକ୍ତ ଚନ୍ଦ୍ରା ବ୍ରଦର୍ଶ କିପରି କୋର୍ଟଙ୍କ ବିଚାରବିଭାଗୀୟ ହାଜତରେ ରହି ସେମାନଙ୍କ କାରବାର ଜେଲ ବାହାରେ ବୁଲୁଥିବା କର୍ମଚାରୀଙ୍କ ଦ୍ୱାରା କରାଉଥିଲେ ସେ ନେଇ ମଧ୍ୟ ଚାଞ୍ଚଲ୍ୟକର ବିବରଣୀ ଦେଇଛନ୍ତି।

ମୋଟ ଉପରେ ଦେଶର ବିଚାରବ୍ୟବସ୍ଥା ଓ ଏଥିରେ ଥିବା ସୁବିଧାର ସେମାନେ ଭରପୁର ଫାଇଦା ଉଠାଉଥିବା ବେଳେ ତଦନ୍ତ କିପରି ପ୍ରଭାବିତ ହେଉଥିଲା ଇଡି ଏହାର ବିସ୍ତୃତ ବିବରଣୀ କୋର୍ଟଙ୍କୁ ଦେଇଛନ୍ତି। ଏଥିରେ ଚନ୍ଦ୍ରା ବ୍ରଦର୍ଶଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ ବିକାଶ ସିଂହ ସେମାନେ ଜେଲ ନିୟମାବଳି ବାହାରେ ସେପରି କିଛି କରି ନଥିବା କୋର୍ଟଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। ତେବେ କୋର୍ଟ ଏବେ ଇଡିଙ୍କ ଆବେଦନର ଶୁଣାଣି କରୁଥିବା ଓ ଚନ୍ଦ୍ରା ବ୍ରଦର୍ସଙ୍କ ବିଷୟରେ କିଛି ପଚାରି ନଥିବା ସେମାନଙ୍କ ଓକିଲଙ୍କୁ କହିଥିଲେ।

କୋର୍ଟ ଇଡିଙ୍କ ଉପସ୍ଥାପନ ସମ୍ପୂର୍ଣ୍ଣ ଶୁଣିବା ପରେ ତୁରନ୍ତ ରମେଶ ଚନ୍ଦ୍ରା ଓ ସଞ୍ଜେୟ ଚନ୍ଦ୍ରାଙ୍କୁ ମୁମ୍ବାଇର ଆର୍ଥର ରୋଡ ଓ ତଲୋଜା ଜେଲକୁ  ସ୍ଥାନାନ୍ତରଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜେଲ କର୍ମଚାରୀ ଓ କର୍ତ୍ତୃପକ୍ଷଙ୍କ ସହ ଚନ୍ଦ୍ରାଭ୍ରାତାଙ୍କ ସମ୍ପର୍କର ତୁରନ୍ତ ତଦନ୍ତ ଲାଗି ଦିଲ୍ଲୀ ପୋଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୟୁନିଟେକ ଲିମିଟେଡ ଏକ ଗୃହ ନିର୍ମାଣକାରୀ ସଂସ୍ଥା ଓ ଗୃହ କ୍ରେତାଙ୍କ କୋଟି କୋଟି ଟଙ୍କା ହେରଫେର ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ରହିଛି।   

   Related Posts