ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 12, 2019 IST

ହାଇଦ୍ରାବାଦ ୧୨।୧୨ - ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଡାକ୍ତର ଦିଶା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ଲୋକଙ୍କ ବାଃ ବାଃ ସାଉଁଟିଥିବା ସାମସାବାଦ ପୁଲିସ ପାଇଁ ଅଡ଼ୁଆ ବଢ଼ିପାରେ । ଏହି ଏନକାଉଣ୍ଟର ଘଟଣାରେ ତେଲେଙ୍ଗାନାର କେସିଆର ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ତଦନ୍ତ ଉପରେ ଭରସା କରିପାରି ନାହାନ୍ତି ସୁପ୍ରିମକୋର୍ଟ ।

 ତେଣୁ ଏବେ ସୁପ୍ରିମକୋର୍ଟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଭିଏସ ଶୀରପୁରକରଙ୍କ ନେତୃତ୍ୱରେ ଏହି ତଦନ୍ତ ହେବ । ଛଅ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ତଦନ୍ତ ବେଳେ ଅନ୍ୟ କୌଣସି ତଦନ୍ତ ହୋଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଏସ.ଏସ ବୋବଡେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.