ବିଲକିସ ବାନୋ ମାମଲାରେ ସିଜେଆଇଙ୍କ ଅସନ୍ତୋଷ , ‘କହିଲେ ଏକାଧିକ ଆବେଦନ ବିରକ୍ତିକର’…
14/12/2022 at 10:21 PM

ନୂଆଦିଲ୍ଲୀ, ୧୪/୧୨: ବିଲକିସ ବାନୋ ମାମଲାରେ ଏକାଧିକ ଆବେଦନକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ୨୦୦୨ ଗୁଜରାଟ ଗୋଢ଼୍ରା ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କରାଯାଇଥିଲା। ଆଉ ଏହି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣକୁ ଗିରଫ କରାଯାଇଥିଲା। ତେବେ ଏହି ୧୧ ଜଣକୁ ଶୀଘ୍ର ମୁକ୍ତ କରିବା ନିଷ୍ପତ୍ତିକୁ ଚାଲେଞ୍ଜ କରି ହୋଇଥିବା ଏକାଧିକ ଆବେଦନକୁ ନେଇ ବୁଧବାର ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି।
ପୂର୍ବରୁ ବିଲକିସ ବାନୋ ମାମଲା ସୁପ୍ରିମକୋର୍ଟରେ ଦୁଇଥର ଆଲୋଚନା ହୋଇସାରିଛି। ବିଲକିସ ବାନୋଙ୍କ ଅନୁରୋଧ ପରେ ମଙ୍ଗଳବାର ପିଟିସନ ଦୁଇ ବେଞ୍ଚ ନିକଟରେ ଉପସ୍ଥାପିତ ହୋଇଥିଲା। ଅବଶ୍ୟ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ମଙ୍ଗଳବାର ରିଟ୍ ପିଟିସନକୁ ଅନ୍ୟ ବେଞ୍ଚ ନିକଟରେ ତାଲିକାଭୁକ୍ତ କରିବାକୁ ନିର୍ଦେ୍ଦଶ ଦେଇଥିଲେ।
ଏହାପରେ ଏହି ମାମଲା ପ୍ରଧାନବିଚାରପତିଙ୍କ ଖଣ୍ଡପୀଠଙ୍କ ନିକଟକୁ ଆସିଥିଲା। ବିଲକିସ୍ ବାନୋଙ୍କ ଓକିଲ ଏହି ମାମଲାକୁ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଉଠାଇଥିଲେ। ଏହି ମାମଲାର ଶୁଣାଣି ଆରମ୍ଭରେ ପ୍ରଧାନବିଚାରପତି କହିଥିଲେ ’ଏହି ମାମଲା ପୂର୍ବରୁ କୋର୍ଟରେ ତାଲିକାଭୁକ୍ତ ରହିଛି। ବାରମ୍ବାର ଉଲ୍ଲେଖ କରନ୍ତୁନାହିଁ। ଏହା ଅତ୍ୟନ୍ତ ବିରକ୍ତିକର। ବାରମ୍ବାର ଆପଣ ସେହି ମାମଲାକୁ ଉଠାଉଛନ୍ତି।’
ପ୍ରଧାନ ବିଚାରପତି କହିଥିଲେ ବିଲକିସ ବାନୋଙ୍କ ରିଟ୍ ପିଟିସନ ମଙ୍ଗଳବାର ପ୍ରଥମ ଥର ଅଜୟ ରସ୍ତୋଗୀ ଏବଂ ବେଲା ତ୍ରିବେଦୀଙ୍କ ସମ୍ମୁଖରେ ଦାଖଲ ହୋଇଥିଲା। ଯେତେବେଳେ ଏହା ଶୁଣାଣି ପାଇଁ ଆସିଥିଲା ଏହାକୁ ଖଣ୍ଡପୀଠ ଅନ୍ୟ ବେଞ୍ଚ ନିକଟରେ ତାଲିକାଭୁକ୍ତ କରିବାକୁ ନର୍ଦେ୍ଦଶ ଦେଇଥିଲେ।
ବିଲକିସ ବାନୋ ଆଉ ଏକ ରିଭ୍ୟୁ ପିଟିସନ ମଧ୍ୟ ଦାଖଲ କରିଥିଲେ। ଯେଉଁଥିରେ ୨୦୨୨ ମେ ମାସରେ ସୁପ୍ରିମ କୋର୍ଟ ୧୧ ଅଭିଯୁକ୍ତଙ୍କୁ ଜାମିନ୍ ଆବେଦନକୁ ଅନୁମତି ଦେଇଥିଲେ। ବୁଧବାର ମଧ୍ୟ ଏହି ମାମଲା ଜଷ୍ଟିସ୍ ଅଜୟ ରସ୍ତୋଗୀ ଏବଂ ବିକ୍ରମ ନାଥଙ୍କ ବେଞ୍ଚଙ୍କ ନିକଟରେ ମଧ୍ୟ ତାଲିକାଭୁକ୍ତ ହୋଇଛି।