ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କେନ୍ଦ୍ର ଏବଂ ନିର୍ବାଚନ କମିଶନ୍‌ଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌, ଅପରାଧିକ ଦେବାଳିଆ ବ୍ୟକ୍ତି ଲଢ଼ି ପାରିବେ ନିର୍ବାଚନ

28/09/2022 at 7:36 PM

ନୂଆଦିଲ୍ଲୀ, ୨୮/୦୯: ଗୁରୁତର ଅପରାଧରେ ଜଡ଼ିତ ଦେବାଳିଆ ବ୍ୟକ୍ତି ଲଢ଼ିପାରିବେ ନିର୍ବାଚନ । କେନ୍ଦ୍ର ଏବଂ ଇଲେକ୍ସନ କମିଶନ୍‌ଙ୍କୁ ସୁପ୍ରିମ୍‌କୋର୍ଟ ଏନେଇ ନୋଟିସ୍‌ ଜାରି କରିଛନ୍ତି । ଆଇନଜୀବୀ ଅଶ୍ୱୀନ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ଜନହିତକର ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍‌ କେମ୍‌ ଜୋସେଫ୍‌ ଏବଂ ଜଷ୍ଟିସ୍‌ ହୃଷିକେଶ ରୟ ମାମଲାର ବିଚାର କରି ଆଇନ୍‌ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ନିର୍ବାଚନ ମନ୍ତ୍ରଣାଳୟକୁ ନୋଟିସ୍‌ କରିଛନ୍ତି ।

ପୂର୍ବରୁ ତଳ କୋର୍ଟ ଦେଇଥିବା ରାୟକୁ ଆଇନ୍‌ ମନ୍ତ୍ରଣାଳୟ ଏବଂ ନିର୍ବାଚନ କମିଶନ୍‌ ଲାଗୁ କରିବାରେ ହେଳା କରିଥିବା ଏବଂ କୌଣସି ପଦକ୍ଷେପ ନେଇନଥିବା ଆଇନଜୀବୀ ଦାଏର କରିଥିବା ମାମଲାରେ ଦର୍ଶାଇ ଥିଲେ। ତେବେ ଏହି ମାମଲାର ଗୁରୁତ୍ୱ ଏବେକାର ନିର୍ବାଚିତଙ୍କ ପାଇଁ ରହିଛି । ୨୦୧୯ ନିର୍ବାଚନ ଅନୁସାରେ ୫୩୯ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୩ ଜଣ ଅର୍ଥାତ ୪୩ ପ୍ରତିଶତ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।

୨୦୦୯ ମସିହା ସାଧାରଣ ନିର୍ବାଚନ ଅନୁସାରେ ସାଂସଦଙ୍କ କ୍ଷେତ୍ରରେ ଅତି ଗୁରୁତର ଅପରାଧିକ ମାମଲା ବୃଦ୍ଧି ପାଇଛି । ୨୦୧୯ ନିର୍ବାଚନରେ ପୂର୍ବ ଅପେକ୍ଷା ୧୦୯ ପ୍ରତିଶତ ବଢ଼ିଛି । ଏଥିସହିତ ଜଣେ ସାଂସଦଙ୍କ ନାମରେ ୨୦୪ଟି ଅପରାଧିକ ମାମଲା ରହିଛି । ଏଥିରେ ହତ୍ୟା, ଘରୋଇ କଳି, ଡକାୟତି, ଅପରାଧି ଭାବେ ଭୟ ଦେଖାଇବା ଆଦି ମାମଲା ରହିଛି ।  

   Related Posts