ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି : ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨।୬: ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଚାଲିଛି ଶୁଣାଣି । ମାମଲାର ପକ୍ଷଭୁକ୍ତ ହୋଇଛନ୍ତି ରାଜ୍ୟ ସରକାର । ଶହ ଶହ ବର୍ଷ ଧରି ଚାଲୁଥିବା ନୀତି ବନ୍ଦ ହେବା ଉଚିତ୍ ନୁହେଁ । ଲୋକଙ୍କ ଅଂଶଗ୍ରହଣ ବିନା ହୋଇପାରିବ ରଥଯାତ୍ରା । ଜଷ୍ଟିସ୍ ଅରୁଣ ମିଶ୍ର ଏ ପ୍ରସଙ୍ଗରେ ସିଜେଆଇଙ୍କ ପରାମର୍ଶ ଲୋଡିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆୟୋଜନ ପାଇଁ ଦାବି ସହ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି । ସର୍ବୋଚ୍ଚ ଅଦାଲତରେ ଗତ କିଛି ଦିନରେ ଏକାଧିକ ପିଟିସନ ଓ ମୋଡିଫିକେସନ ପିଟିସନ ଦାୟର ହୋଇଛି । ଶନିବାରଠୁ ସୁପ୍ରିମକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆରମ୍ଭ ହୋଇଥିବାରୁ ସୋମବାର କିଭଳି ଶୁଣାଣି ହେବ ତାକୁ ନେଇ ସୃଷ୍ଟି ହୋଇଥିଲା ସସ୍‌ପେନ୍‌ସ୍‌ । କିନ୍ତୁ ରିଭ୍ୟୁ ପିଟିସନ ଗୁଡିକୁ ଗ୍ରହଣ କରିଥିଲେ ସର୍ବୋଚ୍ଚ ଅଦାଲତ ।

ଆଜି ଏ ନଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଅନ୍ୟ ସବୁ ସ୍ଥାନରେ ରଥଯାତ୍ରା ବନ୍ଦ କରି କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପିଟିସନରେ ଅନୁରୋଧ କରାଯାଇଛି । ଆବଶ୍ୟକ ସ୍ଥଳେ ପୁରୀକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରି କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା କରିବାକୁ ଏଥିରେ ଯୁକ୍ତି ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.