ସୁପ୍ରିମ କୋର୍ଟ ଏସ୍‌ସି-ଏସ୍‌ଟି ଆକ୍ଟର ସଂଶୋଧନ ସମ୍ବିଧାନିକତାକୁ ଦେଲେ ମଞ୍ଜୁରୀ- ରହିବ ତୁରନ୍ତ ଗିରଫ ହେବାର ପ୍ରାବଧାନ

Published By : Prameya-News7 Bureau | February 10, 2020 IST

ନୂଆଦିଲ୍ଲୀ ୧୦।୦୨- ସୋମବାରରେ ସୁପ୍ରିମକୋର୍ଟ ଏସ୍‌ସି ଏସ୍‌ଟି ଆକ୍ଟରେ ସଂଶୋଧନ ଓ ଏହାର ସାମ୍ବିଧାନିକତାକୁ ମଞ୍ଜୁରୀ ଦେଇଛନ୍ତି। ୨୦୧୮ରେ ଏହାର ସଂଶୋଧନ ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି । ଏଥିରେ ଏସ୍‌ସି ଏସ୍‌ଟିଙ୍କ ବିରୋଧରେ ଅତ୍ୟାଚାର କରୁଥିବା ଅଭିଯୁକ୍ତଙ୍କର ଅଗ୍ରୀମ ଜମାନତକୁ ଖାରଜ କରାଯିବାର ପ୍ରାବଧାନ କରାଯାଇଥିଲା ।

୨୦୧୮ ମାର୍ଚ୍ଚ ମାସରେ ଏସ୍‌ସି ଏସ୍‌ଟି ଆଇନର ଦୂରୁପଯୋଗ ବିରୋଧରେ ହୋଇଥିବା ଏକ ମାମଲାରେ ସୁପ୍ରିମକୋର୍ଟ ଏହା ଉପରେ ସ୍ୱତ୍ତ ମାମଲା ରୁଜୁ ଓ ଗିରଫଦାରୀ ଉପରେ ରୋକ ଲଗାଇଥିଲେ । ଏହାପରେ ସଂସଦରେ ଆଇନରେ ସଂଶୋଧନ କରାଯାଇଥିଲା । ସଂଶୋଧନ ବିରୋଧରେ ସୁପ୍ରିମ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ।

ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବିନୀତ ଶରଣ ଓ ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଖଣ୍ଡପୀଠ ଏହାର ଶୁଣାଣୀ କରୁଥିଲେ । ୨-୧ରେ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଅଦାଲତ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଫୈସାଲାକୁ କାଏମ ରଖିଛନ୍ତି । ଅଦାଲତ ଏହି ମାମଲାରେ ଅଗ୍ରୀମ ଜାମିନ ଦେଇପାରିବେ ଯେଉଁଥିରେ ପ୍ରତ୍ୟକ୍ଷ ଭାବେ ଅଭିଯୋଗ କରାଯାଇ ନଥିବ । ଏଥିରେ ପ୍ରାଥମିକ ଯାଞ୍ଚର ଆବଶ୍ୟକତା ନାହିଁ , ବରିଷ୍ଠ ପୁଲିସ ଅଧିକାରୀଙ୍କର ମଞ୍ଜୁରୀର ବି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

ପୀଠର ଅନ୍ୟ ସଦସ୍ୟ ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ପ୍ରତ୍ୟେକ ନାଗରିକଙ୍କ ସହ ସମ୍ମାନ ଓ ବନ୍ଧୁତ୍ୱର ସହ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।


୨୦୧୮ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ଏସ୍‌ସି ଏସ୍‌ଟି ଆକ୍ଟରେ ଥିବା ଗିରଫଦାରୀ ପ୍ରାବଧାନକୁ କୋହଳ କରିବା ସହ ଅଗ୍ରୀମ ଜମାନତ ବା ଆଗୁଆ ଜାମିନ ପାଇଁ ନିର୍ଦେଶ ଦେଇଥିଲେ । ସରକାରୀ କର୍ମଚାରୀ ବା ଅଧିକାରୀଙ୍କୁ ଗିରଫ କରିବାକୁ ହେଲେ ତାଙ୍କ ବିଭାଗର ଅନୁମତି ପାଇଁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.