Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିନ୍ଦେଙ୍କ ବିଧାୟକଙ୍କ ଉପରେ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ, ମହାରାଷ୍ଟ୍ର ବାଚସ୍ପତିଙ୍କୁ SCଙ୍କ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ

18/09/2023 at 6:48 PM

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ବର୍ଷେରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ହେଁ  ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। ମାମଲାରେ ସୁପ୍ରିମକୋର୍ଟ ସୋମବାର ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଙ୍କୁ ଉପଦେଶ ଦେଇ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ସ୍ଥିର କରି ନିଷ୍ପତ୍ତି ନେବାକୁ କହିଛନ୍ତି। ଆପଣଙ୍କୁ ଶୀଘ୍ର ନିର୍ଣ୍ଣୟ ନେବାକୁ ନେବାକୁ ପଡ଼ିବ, କିନ୍ତୁ ଏଥିପାଇଁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣ ଚେୟାରରେ ବସି ପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସମ୍ବିଧାନର ୧୦ମ ଅନୁସୂଚୀ ଆଧାରରେ ବାଚସ୍ପତି ଅନନ୍ତକାଳ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିକୁ ଅଟକାଇ ପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମେତ ୫୬ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲା ଏ ପର୍ଯ୍ୟନ୍ତ ବିଚାରଧୀନ ରହିଛି, ଯାହା ଉପରେ ବାଚସ୍ପତି ନିଷ୍ପତ୍ତି ନେଇ ନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Also read- ମହାରାଷ୍ଟ୍ରରେ ପୁଣି ହେବ ଖେଳ ? ଶରଦ ପାୱାର ଏବଂ ଅଜିତ୍‌ଙ୍କ ମଧ୍ୟରେ ସିକ୍ରେଟ୍ ମିଟିଂ, ବ୍ୟବସାୟୀଙ୍କ ବଙ୍ଗଳାରେ କଲେ ବୈଠକ

ଅଦାଲତ ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଗୋଟିଏ ସପ୍ତାହ ଭିତରେ ମାମଲାର ନିଷ୍ପତ୍ତି ନେବା ସହ ଯାଚିକାର ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିବାକୁ କହିଛନ୍ତି। କେବଳ ଏତିକି ନୁହେଁ କୋର୍ଟ ପ୍ରଶ୍ନ କରିଛନ୍ତି ଯେ, ମେ ୧୧ରେ କୋର୍ଟଙ୍କ ନିଷ୍ପତ୍ତି ପରେ କଣ ପଦକ୍ଷେପ ନିଆଯାଇଛି। ଦେଖିବାକୁ ଗଲେ ବାସ୍ତବରେ ଆପଣ କିଛି କରି ନାହାନ୍ତି। କେବଳ ବିଧାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି। ତେଣୁ ବାଚସ୍ପତି ଗୋଟିଏ ସପ୍ତାହ ଭିତରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି।

Also read- ମହାରାଷ୍ଟ୍ରରେ ପ୍ରଚ୍ଛଦପଟ ରାଜନୀତି ପୁରୁଣା; ୧୯୭୮ରେ ବିଦ୍ରୋହ କରି ସିଂହାସନ ଦଖଲ କରିଥିଲେ ସିନିୟର ପାଓ୍ବାର

ସୂଚନାଯୋଗ୍ୟ, ମେ ୧୧ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ କହିଥିଲେ ଯେ, ମାମଲାରେ ବାଚସ୍ପତିଙ୍କୁ ନିଷ୍ପତ୍ତି ନେବାକୁ ହେବ। ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନେବା କୋର୍ଟଙ୍କ ଅଧିକାର ପରିସରଭୁକ୍ତ ନୁହେଁ। ୫୦ରୁ ଅଧିକ ବିଧାୟକଙ୍କ ଉପରେ ଅଯୋଗ୍ୟତାର ଖଣ୍ଡା ଝୁଲୁଛି। ଯଦି ନିଷ୍ପତ୍ତି ସେମାନଙ୍କ ବିରୋଧରେ ଯାଏ ତେବେ ମହାରାଷ୍ଟ୍ର ରାଜନୀତିରେ ଭୂମିକମ୍ଫ ସୃଷ୍ଟି ହେବ।

   Related Posts