ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଗାଈକୁ ରାଷ୍ଟ୍ରୀୟ ପଶୁ ଘୋଷିତ କରାଯାଉ; ଆବେଦନ ଉପରେ କ୍ଷୁବ୍ଧ ହେଲେ SC, କହିଲେ- ଜରିମାନା ଲଗାଇବାକୁ ପଡିବ

10/10/2022 at 6:17 PM

ନୂଆଦିଲ୍ଲୀ: ଗୋମାତାକୁ ଜାତୀୟ ପଶୁ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ। ଏମିତି ଦାବି କରି ଦାଖଲ ଆବେଦନ ଉପରେ ବିରକ୍ତ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଯାଚିକା ଉପରେ ଶୁଣାଣି କରିବାକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି ଅଦାଲତ। ବିଚାରପତି ଏସକେ କୌଲ ଏବଂ ବିଚାରପତି ଅଭୟ ଏସ ଓକାଙ୍କ ପୀଠ ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଏହି ପ୍ରସଙ୍ଗରେ କେଉଁ ମୌଳିକ ଅଧିକାର ପ୍ରଭାବିତ ହେଉଛି। ଘୋଷିତ କରାଯିବା ଏବଂ ନକରାଯିବା କଣ ଏହା ଅଦାଲତଙ୍କ କାମ ? ଆପଣ ଏମିତି ଯାଚିକା କଣ ପାଇଁ ଦାୟର କରୁଛନ୍ତି ଯଦ୍ଵାରା ଆମକୁ ଜରିମାନା ଲଗାଇବାକୁ ପଡୁଛି।

ଆବେଦନକାରୀଙ୍କ ପକ୍ଷରୁ ହାଜର ଆଇନଜୀବୀ ସୁପ୍ରିମକୋର୍ଟରେ କହିଛନ୍ତି,  ଗୋ ସୁରକ୍ଷା ବହୁତ ଜରୁରୀ। ଏହା ଉପରେ ଖଣ୍ଡପୀଠ ଆଇନଜୀବୀଙ୍କୁ ସତର୍କ କରାଇଥିଲେ ଯେ, ଯାଚିକା ପାଇଁ ଆପଣଙ୍କ ଉପରେ ଜରିମାନା ଲାଗିପାରେ। ଫଳରେ ଆଇନଜୀବୀ ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି ଏବଂ ସୁପ୍ରିମକୋର୍ଟ ମାମଲାକୁ ଖାରଜ କରିଛନ୍ତି। ସୋମବାର ସର୍ବୋଚ୍ଚ ନ୍ୟାୟାଳୟରେ ଅଣ ସରକାରୀ ସଂଗଠନ ଗୋବଂଶ ସେବା ସଦନ ଏବଂ ଅନ୍ୟ ଏକ ଜନସ୍ଵାର୍ଥ ମାମଲା ଉପରେ ଶୁଣାଣି ଚାଲିଥିଲା। ଏଥିରେ କେନ୍ଦ୍ର ସରକାରଙ୍କୁ ଗାଈକୁ ଜାତୀୟ ପଶୁ ଘୋଷିତ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା।

ସୂଚନାଯୋଗ୍ୟ, ଗାଈକୁ  ଜାତୀୟ ପଶୁ ଘୋଷିତ କରାଯିବା ଦାବି ବହୁତ ପୁରୁଣା। ଗତ ବର୍ଷ ଡିସେମ୍ବରରେ ରାଜ୍ୟସଭାରେ ବିଜେପିର ଜଣେ ସାଂସଦ ଗୋ ହତ୍ୟା ଉପରେ ରୋକ୍ ଲଗାଇବା ଲାଗି କେନ୍ଦ୍ରୀୟ ଆଇନ କରିବାକୁ ଦାବି କରିଥିଲେ। ସନାତନ ଏବଂ ହିନ୍ଦୁ ଧର୍ମରେ ଗାଈର ପୂଜା କରାଯାଏ। ତେଣୁ ଏହା ଉପରେ ଆଇନ ହେବା ଦରକାର ବୋଲି କହିଥିଲେ।

   Related Posts